ପାରିବାରିକ ଝଗଡ଼ାରୁ କିରୋସିନ ଢାଳି ହୋଇ ମହିଳାଙ୍କ ଆତ୍ମହତ୍ୟା ।

0 1,208

ସାନଖେମୁଣ୍ଡି,୨୭/୧୨(ପିପିଟି): ପାରିବାରିକ ଝାଗଡାକୁ କେନ୍ଦ୍ରକରି ଜଣେ ମହିଳା ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳ ୮ ଘଣ୍ଟ ସମୟରେ ଏହି ଘଟଣା ଘଟିଛି । ମୃତ ମହିଳା ପାଟପୁର ଥାନା ଅନ୍ତର୍ଗତ ତୁଳସୀପଦର ଗ୍ରାମର ରିଙ୍କି ମହାନ୍ତି (୩୦)ବୋଲି ଜଣାପଡିଛି । ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇ ରିଙ୍କି ମାନସିକ ଭାରସାମ୍ୟ ହରାଇ ନିଜ ଦେହରେ କିରାସିନି ଢାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ସେ ହୁତୁ ହୁତୁ ହୋଇ ଜଳିବାକୁ ଲାଗି ଚିତ୍କାର କରିଥିଲେ । ଏହି ଚିତ୍କାର ଶୁଣି ସାହି ପଡୋଶୀ ଲୋକ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ରିଙ୍କି ଅର୍ଦ୍ଧଦଗ୍ଧ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ଘରର ଅନେକ ଜିନିଷପତ୍ର ପୋଡି ଯାଇଥିବା ସୁଚନା ମିଳିଛି । ଲୋକେ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ କୁ ଫୋନ୍ କରିଥିଲେ ସଙ୍ଗେ ସଙ୍ଗେ ଆଡ଼ପଡ଼ା ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ଅବସ୍ଥାରେ ରିଙ୍କିକୁ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ । ତେବେ ସେଠି ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ପରେ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଅପରାହ୍ନରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଳ ସୁଚନା ଦେଇଛନ୍ତି । ସେଠାରୁ ଶବ ବ୍ୟବଚ୍ଛେଦ ହୋଇ ଆସିଲା ପରେ ଘଟଣାର ତଦନ୍ତ କରାଯିବ । ଏନେଇ ଥାନାରେ କେସ୍ ନମ୍ବର ୪୩୪/୨୧ ରେ ଏକ ମାମଲା ରୁଜୁ କରାଯାଇଛି ବୋଲି ପାଟପୁର ଆଇ ଆଇ ସି ସୁଚନା ଦେଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.