ବର୍ଷାରେ କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ଦାବିରେ ଆସିକାରେ ଏଆଇକେଏମଏସର ବିକ୍ଷୋଭ ।

0 246

ଆସିକା,୨୪/୧୨(ପିପିଟି): ଗଞ୍ଜାମ ଜ଼ିଲ୍ଲା ଆସିକା ତହସିଲ କାର୍ଯ୍ୟଳୟ ସମୁଖରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ତରଫରୁ ଏକ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବାହ୍ନରେ ବସଷ୍ଟାଣ୍ଡ ଠାରୁ ଭୂମହୀନ ଗରିବ ଓ ଭାଗ ଚାଷୀମାନଙ୍କ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟକୁ ଯିବା ସହ ସେଠାରେ ବିକ୍ଷୋଭ କରାଯାଇଥିଲା । ଆସିକା ତହସିଲର ଭୂମିହୀନ ଓ ଗୃହହୀନ ଲୋକଙ୍କୁ ଜମି ପଟ୍ଟା ଦେବା, ଲଗାଣ ବର୍ଷାରେ ହୋଇଥିବା ଫସଲ କ୍ଷତିର ଆକଳନ କରି ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା, ଗାଁର ଶ୍ରମିକମାନଙ୍କୁ ମନରେଗା ଯୋଜନାରେ ୧୦୦ ଦିନିଆ କାମ ଯୋଗାଇବା, ବ୍ଳକର ଦଳିତ ବସ୍ତିମାନଙ୍କୁ ସବୁଦିନିଆ ରାସ୍ତା, ପିଇବା ପାଣି ଯୋଗାଇବା ଆଦି ଦାବି ନେଇ ଏକ ସ୍ମାରକପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା । ତହସିଲଦାର ସଞ୍ଜୟ କୁମାର ସାମନ୍ତରା ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଆସନ୍ତା ଦୁଇ ତିନି ମାସ ମଧ୍ୟରେ ତଦନ୍ତ କରି ଭୂମହୀନ ଓ ଗୃହହୀନମାନଙ୍କୁ ପଟ୍ଟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।ଏଆଇକେମଏସର ବ୍ଳକ୍ ସମ୍ପାଦକ ସନ୍ତୋଷ ନାୟକଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଗଠନର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକ, ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଇଏଫଟିୟୁ ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇ ବ୍ଳକର ଗରିବ ଭୂମହୀନ ଓ ଭାଗଚଷୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବିପିନ ନାୟକ, ବଳରାମ, ବିଜୟ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ଗରିବ ଲୋକ ଯୋଗ ଦେଇଥିଲେ ।

Leave A Reply

Your email address will not be published.