ପୂଣ୍ୟକର୍ମ ସେବା ସଂଗଠନ ତରଫରୁ ତୃତୀୟବାର୍ଷିକ ପ୍ରତିଭା ସମ୍ମାନ।

0 277

ବେଗୁନିଆ,୨୦/୧୨(ପିପିଟି): ବେଗୁନିଆ ବ୍ଳକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ପୂଣ୍ୟକର୍ମ ସେବା ସଂଗଠନର ତୃତୀୟ ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବେଗୁନିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀଧର ସାହୁ,ବିଶିଷ୍ଠ ଅତିଥି ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଶିବନାରାୟଣ ମିଶ୍ର,ମୁଖ୍ୟବକ୍ତା ଭାବେ ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରତିକାନ୍ତ ମିଶ୍ର, ପରିବେଶବିତ୍ ଧନେଶ୍ଵର ବିଧାର,ଡିଙ୍ଗର ପଞ୍ଚାୟତର ସରପଞ୍ଚ ଶିବପ୍ରସାଦ ମିଶ୍ର, ଡିଙ୍ଗରଗ୍ରାମ୍ୟ କମିଟିର ସଭାପତି ସଚ୍ଚିଦାନନ୍ଦ ପଟ୍ଟନାୟକ,ପୂର୍ବତନ ବନାଞ୍ଚଳ ଅଧିକାରୀ ଅଜୟ କୁମାର ଜଗଦେବ, ସମାଜସେବୀ ଅକ୍ଷୟ କୁମାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ପରିବେଶ ସୁରକ୍ଷା,ଗୁରୁକୁଳ ଶିକ୍ଷା ବ୍ୟବସ୍ତା ଓ କୃଷକ ମାନେ କିପରି ଗୋପାଳନ ସହିତ ଗୋମାତାର କିପରି ରକ୍ଷ୍ୟା କରାଯାଇ ପାରିବ ତାହା ଆଲୋକ ପାତ କରିଥିଲେ। ପରିଶେଷରେ ସାମାଜିକ କର୍ମୀ, ଆଦର୍ଶ ଶିକ୍ଷକ,ଆଦର୍ଶ ଶିଳ୍ପୀ, ଆଦର୍ଶ କୃଷକ, କାର୍ଯ୍ୟରତ ସାମ୍ବାଦିକ, କୃତୀଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଉପଢୌକନ ଦିଆ ଯାଇ ସମ୍ମାନିତ କରା ଯାଇଥିଲା।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.