ବେଲଗୁଣ୍ଠା,୧୩/୧୨(ପିପିଟି): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବଡ଼ବୋର୍ସିଙ୍ଗ ଗ୍ରାମ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିଲେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ । ସରପଞ୍ଚ ପ୍ରତିନିଧି ଏସ ରାମେଶ୍ୱର ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀଭୁଷଣ ମହାପାତ୍ର, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ଚୌଧୁରୀ , ଜିଲ୍ଲା ପରିଷଦ ସଭ୍ୟ ଅମିତ କୁମାର ନାୟକ ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୁଞ୍ଜ ବିହାର ନାୟକ ,ସମିତି ସଭ୍ୟ ମମତା ଭୋଳ,ଯୁବ ବିଜେଡି ସଭାପତି ଶିବରାମ ରାଉତ,କାର୍ଯ୍ୟ ନିର୍ବାହୀ ଅଧିକାରୀ ବ୍ରଜବାସୀ ସେଠି ,ଗ୍ରାମ ରୋଜଗାର ସେବକ ସତ୍ୟ ନାରାୟଣ ପଟ୍ଟନାୟକ, ଯୋଗାଣ ସହାୟକ ତପନ କୁମାର ପାତ୍ର, ସୂର୍ଯ୍ୟ କାନ୍ତ ପଟ୍ଟନାୟକ,ସୁଦର୍ଶନ ଗୌଡ଼ ।କଲ୍ୟାଣି ମହାଙ୍କୁଡ ଓ ମାମିନୀ ଗୌଡ଼ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ଆଜି ପ୍ରଥମ ଦିନରେ ୧୦୬ ଜଣଙ୍କୁ ଦିଆଯାଇଥିବା ବେଳେ ଆଗାମୀ ୨୬ ତାରିଖ ପର୍ଯ୍ଯନ୍ତ ପଞ୍ଚାୟତରେ ସମୁଦାୟ ୨୨୭୭ ଜଣଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ ବୋଲି ସରପଞ୍ଚ ଏସ ଜ୍ୟୋତି ପାତ୍ର ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post