କରଡାପଲ୍ଲୀ ଗ୍ରାମର ଜଣଙ୍କ ଘରୁ ଅହିରାଜ ସାପ ଉଦ୍ଧାର।

0 5

ପୋଲସରା ,୧୮/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ମାଣିତରା ଗ୍ରାମ ନିକଟସ୍ଥ କରଡ଼ା ପଲ୍ଲୀ ଗ୍ରାମର ବୁଦ୍ଧିଆ ଜେନାଙ୍କ ଘରୁ ୧୮/୯/୨୬ ତାରିଖ ସକାଳୁ ପ୍ରାୟ ୧୩ ଫୁଟ ଲମ୍ବର ଏକ ଅହିରାଜ ସାପକୁ ମାଣିତରା ଗ୍ରାମର ସାପ ଧରାଳି ସଞ୍ଜୟ କୁମାର ବିଶ୍ୱାଳ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାପଡିଛି। ସକାଳେ ବୁଦ୍ଧିଆ ଜେନା ପାଇଖାନା ଯିବାକୁ ବାରି କବାଟ ଖୋଲି ସାପକୁ ଦେଖି ସଙ୍ଗେ ସଙ୍ଗେ କବାଟ ଦେଇ ସାପ ଧରାଳି ସଞ୍ଜୟ କୁମାର ବିଶ୍ୱାଳଙ୍କ ନିକଟକୁ ଫୋନ୍ କରିଥିଲେ। ଖବର ପାଇ ଶ୍ରୀ ବିଶ୍ୱାଳ କରଡାପଲ୍ଲୀର ବୁଦ୍ଧିଆ ଜେନାଙ୍କ ଘରେ ପହଞ୍ଚି କୌଶଳ କ୍ରମେ ଅହିରାଜ ସାପକୁ ଧରିବାରେ ସକ୍ଷମ ହୋଇଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.