ମୌଳିକ ସୁବିଧାରୁ ବଞ୍ଚିତ।

0 348

ବୋଲଗଡ଼,୦୭/୧୨(ପିପିଟି):ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ହୋଇ ପଡ଼ିଛି ଅପହଞ୍ଚ । ବୋଲଗଡ଼ ବ୍ଲକ ଅନ୍ତର୍ଗତ ଆରିକମା ପଞ୍ଚାୟତର ଭବାନିପୁର ଗ୍ରାମରେ ସଂଧ୍ୟା ରାଣୀ ନାୟକ ଓ ଲକ୍ଷ୍ମୀ ନାୟକଙ୍କ ମୌଳିକ ସୁବିଧାରୁ ବଞ୍ଚିତ । ପଞ୍ଚାୟତ ଠାରୁ ବ୍ଲକ ଯାଏଁ ଅନେକ ଥର ଜଣେଇ ସାରିବା ପରେ ୨୦ରୁ୩୦ବର୍ଷ ହେଲାଣି ଏଭଳି ପାଲପକା ଚାଳଛପର ଘରେ ବିତୁଥିଲା ତେଲ ଲୁଣର ଜୀବନ, ହେଲେ ପ୍ରକୃତି ରଚି ଥିବା ତାଣ୍ଡବ କରିଥିବା ଜୱାଦ ଜନିତ ଲଗାଣ ଲଘୁଚାପ ବର୍ଷା ଦୁଇଦିନ ଧରି ହେବା ଫଳରେ ସନ୍ଧ୍ୟାରାଣୀ ନାଏକ ସ୍ୱାମି ନିରଂଜନ ନାଏକଙ୍କର ଦୁଇ ବଖରା ଘର ଭାଙ୍ଗି ଯାଇଥିଲା ବେଳେ ଏବଂ ଲକ୍ଷ୍ମୀ ନାଏକ, ସ୍ୱାମି ସ୍ୱର୍ଗତ ରାଜେନ୍ଦ୍ର ନାଏକ ଙ୍କର ଏକ ବଖରା ଚାଳଛପର ଘର ଭାଙ୍ଗିଯାଇଛି । ତେଣୁ କରି ସେମାନେ ଜରିପାଲ ପକାଇ ବହୁକଷ୍ଟରେ ତାରି ଭିତରେ ଆଶ୍ରୟ ନେଉଛନ୍ତି। ଏ ସବୁ ବିଷୟ ତଥ୍ୟ ସରପଞ୍ଚଙ୍କୁ ଜଣେଇ ଥିଲେ ମଧ୍ୟ କୈାଣସି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ଯଦି ପ୍ରଶାସନ ତୁରନ୍ତ ତଦନ୍ତ କରି ଆବାସ ଘର ଖଣ୍ଡିଏଯୋଗାଇ ଦିଅନ୍ତେ ତାହେଲେ ସମସ୍ୟାର ସମାଧାନ ହୋଇପାରିବା ସହିତ ସେମାନେ ଚିର ଉପକୃତ ହେବେ ବୋଲି ମତ ପ୍ରକାଶ କରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.