ଚାଷୀଙ୍କୁ ଆର୍ଥିକ ସହାୟତା, ମନରେଗା କାର୍ଯ୍ୟର ଦୁର୍ନୀତିକୁ ନେଇ ହିଞ୍ଜିଳି ବିଜେପି ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ।

0 297

ବ୍ରହ୍ମପୁର,୧୭/୧୧(ପିପିଟି): ହିଞ୍ଜିଳି ବିଜେପି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ମନରେଗା ଯୋଜନାର ବ୍ୟାପକ ଦୁର୍ନୀତି ଓ ଅଦିନିଆ ବର୍ଷାରେ ଧାନ ଫସଲ ଏବଂ ପନିପରିବା କ୍ଷୟକ୍ଷତି ହୋଇଥିବା ଚାଷୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବିଜେପିର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ରଙ୍କ ନେତୃତ୍ୱରେ ୫ଜଣିଆ ବିଜେପି ପ୍ରତିନିଧି ମଣ୍ଡଳୀ ପୃଥକ ପୃଥକ ଭାବରେ ମନରେଗା ଯୋଜନାର ଦୁର୍ନୀତିକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଏବଂ ତହସିଲଦାର ପ୍ରଭାତ କୁମାର ପରିଡ଼ାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ତହସିଲଦାର ଶ୍ରୀ ପରିଡ଼ାଙ୍କୁ ଅତିଶୀଘ୍ର ଅର୍ଥାତ ଉପଯୁକ୍ତ ସମୟ ସୀମା ମଧ୍ୟରେ ଚାଷୀ ମାନଙ୍କ କ୍ଷୟକ୍ଷତିର ଆକଳନ କରି ସହାୟତା ଦେବା ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯଦି ପ୍ରଶାସନ ତରଫରୁ ଚାଷୀଙ୍କ ସହାୟତା ପ୍ରଦନ ରେ ବିଳମ୍ବ ହୁଏ ତାହାହେଲେ ବିଜେପି ତରଫରୁ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି । ବିଜେପିର ଉକ୍ତ କାର୍ଯ୍ୟକ୍ରମରେ ଗଣ୍ଡଳା ମଣ୍ଡଳ ସଭାପତି ଉମାକାନ୍ତ ପାଢ଼ୀ, ଶିକିରି ମଣ୍ଡଳର ସଭାପତି ରଶ୍ମିତା ବେହେରା, କଞ୍ଚୁରୁ ମଣ୍ଡଳ ସଭାପତି ରାମକୃଷ୍ଣ ମହାନ୍ତି, ହିଞ୍ଜିଳି ବ୍ଳକ ଶ୍ରମିକ ସଂଯୋଜକ ଲିଙ୍ଗରାଜ ଗୌଡ଼,ନଗର ବିଜେପି ସାଧାରଣ ସମ୍ପାଦକ ଭୁବନେଶ୍ୱର ନାହାକ, ନଗର ଓ. ବି. ସି.ମୋର୍ଚ୍ଚା ସଭାପତି ସୀମାଞ୍ଚଳ ନାହାକ, ଉପସଭାପତି ସ୍ୱାଧୀନ ଦାସ, ରାଜ୍ୟ କାର୍ଯ୍ୟକରିଣୀ କୃଷକ ମୋର୍ଚ୍ଚା ସଭ୍ୟ ଗୋପାଳ କୃଷ୍ଣ ପଣ୍ଡା ,ବିଜେପି ଉପସଭାପତି ଭଗବାନ ମହାନ୍ତି, ରୀନା ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.