ବୋଲଗଡ଼,୧୪/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଓ ବେଗୁନିଆ ବ୍ଳକର ଚାଷୀମାନେ କେବଳ ଧାନ ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହେବା ସହ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। କଟା ହୋଇଥିବା ଧାନ ଖଳାକୁ ଆଣି ପାରିନାହିଁ ଚାଷୀ ଫଳରେ କଟା ଧାନ ଗୁଡିକ ପାଣିରେ ପଡ଼ିରହିଛି। ପୂର୍ବରୁ ଜମିରେ ଚକଡ଼ା, ମାଟିଆଗୁଣ୍ଡି ପୋକ ଲାଗି ଖରିଫ୍ ଧାନ ଫସଲ ନଷ୍ଟ କରିଥିଲେ। ଏବେ ଆସିଥିବା ଲଘୁଚାପ ବର୍ଷା ଯୋଗୁଁ ଧାନ ଗଛ ଜମିରେ ଶୋଇପଡ଼ିଛି। ଅନ୍ୟପଟେ ଅବଶିଷ୍ଟ ଧାନ ଫସଲ ମଧ୍ୟରୁ ଧାନ କାଟିବା ଯୋଗ୍ୟ ହୋଇସାରିଛି। ତେବେ ପାଚିଲା ତଥା କାଟିବାଯୋଗ୍ୟ ଧାନ ବର୍ଷାରେ ଅଧିକ ପ୍ରଭାବିତ ହେବ ବୋଲି ଚାଷୀ କହିଛି। ଲଘୁଚାପ ବର୍ଷା ଯୋଗୁଁ କିଛି ସ୍ଥାନରେ ବିଲରୁ ଚାଷୀ ଧାନ ସ୍ଥାନାନ୍ତର କରି ନପାରି ଧାନକୁ ଜମିରେ କିମ୍ବା ଜମି ପାର୍ଶ୍ୱରେ ଚାଷୀ ରଖିଛି। ଏହି ଦୁଇ ଚାରି ଦିନ ମଧ୍ୟରେ କଟା ଯାଇଥିବା ଧାନକୁ ଜମିରେ ଶୁଖିବା ପାଇଁ ଛାଡ଼ି ଦେଇଥିଲେ ଚାଷୀ। କିନ୍ତୁ ଲଗାଣ ଲଘୁଚାପ ଜନିତ ବର୍ଷା ପାଣିରେ ଭିଜିଗଲାଣି ଧାନ ସହ ଧାନ କେଣ୍ଡାର ତଳ ଏବଂ ଉପର କେଣ୍ଡାର ଧାନ ଓଦା ହୋଇଥିବା ଧାନ ନଷ୍ଟ ହେବା ସମ୍ଭାବନା ଦେଖାଯାଇଛି, ବର୍ତ୍ତମାନ ଚାଷୀ କୁଳ ଉପରେ ଚଡ଼କ ପଡ଼ିଛି ଯାହା ଫଳରେ ଚାଷୀ ପୁଅ ଚିନ୍ତାରେ। ଅଧିକାଂଶ ଚାଷୀ ରୁଣ ଭାରରେ ବୁଡି ଥିବାରୁ ଚାଷୀ କୁଳର ମେରୁଦଣ୍ଡ ଭାଙ୍ଗି ଯାଇଛି। ଯଦି ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟି ଦେଇ କୌଣସି ଚାଷୀ କୁଳ ସୁହାଇଲା ଭଳି ପଦକ୍ଷେପ ନେବେ ,ତାହାଲେ ଚାଷୀ ମାନେ ଉପକୃତ ହୋଇ ପାରିବେ ବୋଲି ଆସାରଖିଛନ୍ତି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)