ବେଗୁନିଆ,୧୨/୧୧(ପିପିଟି): ଖୋର୍ଦ୍ଧା ଜିଲ୍ଲା ବେଗୁନିଆବ୍ଳକ୍ ଅନ୍ତର୍ଗତ ଗୋଡ଼ାଗ୍ରାମ ଠାରୁ ଛଣିଆ ଛକ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ଠିକାଦାର ଏହାକୁ ମରାମତି କରିବାପାଇଁ ପିଚୁ କୋଟିଙ୍ଗ୍ କରିଥିଲେ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ରେ ମନଇଚ୍ଛା ନିମ୍ନମାନର କାମ କରୁଛନ୍ତି । ମରାମତି୨୪ଘଣ୍ଟା ନପୁରୁଣୁ ପିଚୁସବୁ ଉଠି ଯାଉଅଛି।ଗ୍ରାମ ବାସୀ ପ୍ରତିବାଦ କରିବାରୁ ଠିକାଦାର ଓ ନିର୍ବାହୀଯନ୍ତ୍ରୀ ଛୁ ମାରିଛନ୍ତି। ତେଣୁ କରି ନିମ୍ନମାନର ରାସ୍ତାକାମ ହୋଇଛି ବୋଲି ଗୋଡ଼ା ଗ୍ରାମବାସୀ ଅଭିଯୋଗ କରୁଛନ୍ତି କାମ ନ ହେଲେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବେ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ।)