ମଦ ଭାଟିରେ ଅବକାରୀ ଓ ପୋଲିସର ଚଢ଼ାଉ : ବିପୁଳ ପୋଚ ନଷ୍ଟ,ତିନି ଗିରଫ।

0 253

ବୋଲଗଡ଼,୧୦/୧୧(ପିପିଟି): ଖୋର୍ଦ୍ଧା ଏବଂ ଏହାର ଆଖପାଖ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଛି ଚୋରା ଦେଶୀମଦ କାରବାର । ବିଶେଷ କରି ବେଗୁନିଆ ଓ ବୋଲଗଡ଼ ଅଞ୍ଚଳରେ ଚୋରା ଦେଶୀମଦ ରାନ୍ଧି ମାଫିଆ ମାନେ ମାଲାମାଲ ହେଉଛନ୍ତି । ଆଜି ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ବେଗୁନିଆର ,ଗଡମାଣିତୀର ଓ ବୋଲଗଡ଼ର ସାନପଦର, ଅଞ୍ଚଳରେ ଚଢ଼ାଉ କରିଥିଲେ। ୬ ହଜାର ଲିଟର ପୋଚ, ୩୮୫ ଲିଟର ଦେଶି ମଦ, ୧୦ ଲିଟର ବିଅର ସହ ବହୁ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.