ମାଲକାନଗିରି,୧୦/୧୧(ପିପିଟି): ମାଲକାନଗିରି ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଭା ଗୃହ ଠାରେ ୨୦୨୧/୨୨ ଖରିଫ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ଖରଫ ବର୍ଷ ପାଇଁ ପ୍ରଥମ କିସ୍ତିରେ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୩୫ ହଜାର କ୍ବିଣ୍ଟାଲ ଧାନ ୬୫ ଗୋଟି ମଣ୍ଡିରୁ ସଂଗ୍ରହ କରାଯିବ । ଗତ ବର୍ଷ ମାଲକାନଗିରି ଜିଲ୍ଲାରୁ ୧୧ ଲକ୍ଷ ୭୦ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥଲା । ଏହି ଧାନ ୮ଟି ଲ୍ଯାମ୍ପ ଏବଂ ଗୋଟାଏ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଭିନ୍ନ ମଣ୍ଡିରୁ ଧାନ କ୍ରୟ କରିବେ । ନୂତନ ଭାବରେ ଆଉ ୨ ଗୋଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଗତ ବର୍ଷ ସାଧାରଣ କିସମ ଧାନ ମୂଲ୍ଯ କ୍ବିଣ୍ଟାଲ ପିଛା ୧୮୬୪/ଟଙ୍କା ଧାର୍ଯ୍ଯ କରାଯାଇବା ବେଳେ ଚଳିତ ଖରିଫ ବର୍ଷରେ କ୍ବିଣ୍ଟାଲ ପିଛା ସାଧାରଣ କିସମ ଧାନର ମୂଲ୍ଯ ୧୯୪୦/ଟଙ୍କା ସରକାର ଧାର୍ଯ୍ଯ କରାଯାଇଛି । ଆସନ୍ତା ଡିସେମ୍ବର ୮ ତାରିଖରୁ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ଧାନ ମଣ୍ଡିରୁ ଧାନ ସଂଗ୍ରହ କରାଯିବ । ଏହି ବୈଠକରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା,ମାଲକାନଗିରି ବିଧାୟକ ଆଦିତ୍ଯ ମାଢି,ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦଶରଥ ପଡିଆମୀ,ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ,ଅତିରିକ୍ତ ପୋଲିସ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ,ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ଏମ ଆନନ୍ଦ ରାଓ, ଉପ-ଜିଲ୍ଲାପାଳ ଅକ୍ଷୟ ଖେମୁଡୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୌଦାମୀନ ପ୍ରଧାନ,ମିଶନ ଶକ୍ତି ଜିଲ୍ଲା ସଂଯୋଜକ ନିରଞ୍ଜନ ଟାଙ୍ଗାରାଙ୍ଗା, ଆରଏମସି ସେକ୍ରେଟାରୀ ଗୁରୁ ଚରଣ ନାୟକ,ମିଲର ପ୍ରତିନିଧି ସୁରେଶ ସୋମାନୀ,ରତନଲାଲ ଜୈନ୍,ଲୋକନାଥ ସାବତ ପ୍ରମୁଖ ଅଂଶଗ୍ରଣ କରିଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ଅଜୟ କୁମାର ରଥ ବିବରଣୀ ପଠନ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post