ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ।

0 341

ବାଲିଗୁଡ଼ା,୨୬/୧୦(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ ସଙ୍କୁଳ ସ୍ତରୀୟ ତ୍ରିଦିବସୀୟ ଶିବିର ଉଦଘାଟିତ ହୋଇଯାଇଛି । ପ୍ରଥମ ଉଦ୍‌ଘାଟନ ଉତ୍ସବରେ ବାଲିଗୁଡ଼ା ସହକାରୀ ଜିଲ୍ଲାପାଳ ହଳଧର ନାୟକ ମୁଖ୍ୟ ଅତିଥି ଭାବେ, ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତି ରେଡକ୍ରସ୍ ପତାକା ଉତ୍ତୋଳନ କରିଥିଲେ l ଜିଲ୍ଲା ସଂଯୋଜକ ଡ ବିଭୂତିଭୂଷଣ ଆଚାର୍ଯ୍ୟ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଯୁବ ରେଡକ୍ରସ୍ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାର ଗୁରୁ ଦାୟିତ୍ଵ ସ୍ବେଛାସେବୀଙ୍କର ବୋଲି ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଜିଲ୍ଲା ସଂଯୋଜକ ଉପସ୍ଥିତ ସମସ୍ତଙ୍କୁ ଶପଥପତ୍ର ପାଠ କରାଇଥିଲେ।କାଉନସେଲର ଦଣ୍ଡପାଣି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ବୈଷୟିକ ତାଲିମ୍ ଶିବିର ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ସୁର୍ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଅଭ୍ୟାସ ଓ ଉପଚାର ବିଶାରଦଙ୍କ ଭୂମିକା ପ୍ରଦର୍ଶନ କରାଇଥିଲେ। ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ରେଡକ୍ରସ୍ ର ଭିତ୍ତି ଭୂମିକା ଗଠନର ଉଦ୍ଦେଶ୍ୟ ପ୍ରଗତି କଥା ବୁଝାଇଥିଲେ। ଏହି ତିନି ଦିନିଆଁ ଶିବିରରେ ୩୦ ଜଣ ଶିବିରାର୍ଥୀ ସାରଙ୍ଗଡ, ତୁମୁଡ଼ିବନ୍ଧ, ରାଇକିଆ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁ କାଉନସିଲରଙ୍କ ସହ ଏଥିରେ ଯୋଗ ଦେଇଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.