ଭଞ୍ଜନଗର ଠାରେ ପ୍ରତିବାଦ ଦିବସ ପାଳନ ।

0 224

ଭଞ୍ଜନଗର,୨୬/୧୦(ପିପିଟି): ଐତିହାସିକ କୃଷକ ଆନ୍ଦୋଳନର ୧୧ମାସ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସାରା ଭାରତରେ ୨୬ ଅକ୍ଟୋବର ରେ ପ୍ରତିବାଦ ଦିବସର ଆୟୋଜନ କରାଯାଇଛି। ଏହାକୁ ସଫଳ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭା ଓ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗର ନୁଆ ବସ ଷ୍ଟାଣ୍ଡ ଠାରେ ଏକ ଘଟିକା ସମୟରେ ପ୍ରତିବାଦ ଦିବସ ପାଳନ କରାଯାଇଥିଲ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉତ୍ତର ପ୍ରଦେଶର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ବରଖାସ୍ତ କରିବା, ଲକ୍ଷ୍ମୀପୁର ଖେରି ଠାରେ କୃଷକ ଗଣ ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରି ଦଣ୍ଡ ଦେବା,
କୃଷକ ବିରୋଧୀ ତିନି କୃଷି ଆଇନ ପ୍ରତ୍ୟାହାର କରିବା, ସବୁ ଫସଲର ଏମ.ଏସ.ପି ପାଇଁ ଆଇନ ତିଆରି କରିବା। ଏଥିରେ ଅଖିଳ ଭାରତ କ୍ଷେତ ମଜଦୂର କିଷାନ ସଭାର ଜିଲ୍ଲା ସଭାପତି ନିରାକାର ନାୟକ,ଆଦିବାସୀ ଭାରତ ମହାସଭା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.