ବ୍ରହ୍ମପୁର, ୧୮/୧୦(ପିପିଟି): ହିଞ୍ଜିଳିକାଟୁ ଓ ଶେରଗଡ ବ୍ଲକ ଅଞ୍ଚଳରେ ପରିବା ଚାଷ ହୋଇଥାଏ ଏବଂ ବାହାର ଅଞ୍ଚଳରୁ ପରିବା ହିଞ୍ଜିଳିକାଟୁ ବିକ୍ରି ପାଇଁ ଆସିଥାଏ। ହିଞ୍ଜିଳିକାଟୁରେ ପରିବା ଦର ବୃଦ୍ଧି ପାଇଛି। ଆଳୁ କିଗ୍ରା ପ୍ରତି ୧୬ ଟଙ୍କା, ପିଆଜ ୪୦ ଟଙ୍କା, ଫୁଲ କୋବି ୭୦ ଟଙ୍କା,କଟକି ପୋଟଳ ୭୦ ଟଙ୍କା, କାଙ୍କଡ ୮୦ ଟଙ୍କା,ଟମାଟୋ ୫୦ ଟଙ୍କା, ବିନ୍ସ ୮୫ ଟଙ୍କା ଦର ରହିଛି। କିଛି ପରିବା ଦର ସାମନ୍ଯ ହ୍ରାସ ପାଇଥିବା ବେଳେ କିଛି ପରିବା ଦର ବୃଦ୍ଧି ପାଇଛି।