ମାଲକାନଗିରିରେ ପରିବା,ମାଛ,ମାଂସ ଦର ଆକାଶ ଛୁଆଁ ।

0 287

ମାଲକାନଗିରି,ତା:୧୬/୧୦(ପିପିଟି): ମାଲକାନଗିରି ସଦର ମହକୁମାରେ ପରିବା,ମାଛ,ମାଂସ ଦର ଆକାଶ ଛୁଆଁ ।ଅଚାନର ଦର ବୃଦ୍ଧି ଯୋଗୁଁ ଗ୍ରାହାକମାନଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି !ହେଲେ ପ୍ରଶାସନ ମୂକ ନାୟକ ସାଜି ସ୍ଥାଣୁ ପାଲଟି ଯାଇଛି । ବର୍ତ୍ତାମାନ ଫୁଲକୋବି କିଗ୍ରା ୮୦ ଟଙ୍କା, ପିଆଜ କିଗ୍ରା ୫୦ ଟଙ୍କା,ଟମାଟ କିଗ୍ରା ୬୦ ଟଙ୍କା,ଜହ୍ନି କିଗ୍ରା ୪୦ ଟଙ୍କୀ ଭେଣ୍ଡି କିଗ୍ରା ୬୦ ଟଙ୍କା,ଝୁଡୁଙ୍ଗ କିଗ୍ରା ୬୦ ଟଙ୍କା,ବାଇଗଣ କିଗ୍ରା ୪୦ ଟଙ୍କା,କଲରା କିଗ୍ରା ୪୦ ଟଙ୍କା,ବିନ୍ସି କିଗ୍ରା ୮୦ ଟଙ୍କା, ପୋଟଳ କିଗ୍ରା ୬୦ ଟଙ୍କା,ବନ୍ଧା କୋବି କିଗ୍ରା ୩୦ ଟଙ୍କା,କଞ୍ଚା କଦଳୀ କିଗ୍ରା ୪୦ ଟଙ୍କା,କୁନ୍ଦୁରା କିଗ୍ରା ୪୦ ଟଙ୍କା,ସାକି କିଗ୍ରା ୪୦ ଟଙ୍କା,ସଜନା ଛୁଇଁ ୧୨୦ ଟଙ୍କା ରହିଥିବା ବେଳେ ଆଳୁ କିଗ୍ରା ୨୦ ଟଙ୍କାରେ ବିକ୍ରି ହେଉଛି । କୋଶଳା ଶାଗ ୫ ବିଡା ୨୦ ଟଙ୍କା,କୁମୁଡା ଶାଗ ବିଡା ପ୍ରତି ୨୦ ଟଙ୍କାରେ ବିକା ହେଉଛି । ସେହିପରି ଛୋଟ ସମୁଦ୍ର ଚିଙ୍ଗୁଡି କିଗ୍ରା ୩୨୦ ଟଙ୍କା,ବଡ ଚିଙ୍ଗୁଡି କିଗ୍ରା ୬୦୦ ଟଙ୍କା,କଟା ଭାକୁର ମାଛ କିଗ୍ରା ୩୦୦ ଟଙ୍କା,ଗୋଟା ରୋହି,ଭାକୁର(ଛୋଟ ଆକାର) କିଗ୍ରା ୨୦୦ ଟଙ୍କା,ମହୁରାଳି କିଗ୍ରା ୨୦୦ ଟଙ୍କା,କଣ୍ଟିଆ କିଗ୍ରା ୩୦୦ ଟଙ୍କା,କେରାଣ୍ଡି କିଗ୍ରା ପ୍ରତି ୨୦୦ ଟଙ୍କାରେ ବିକ୍ରୟ ହେଉଛି । ସେହିପରି ବ୍ରୟଲର କୁକୁଡା ଚମଡା ଥାଇ ମାଂସ କିଗ୍ରା ପ୍ରତି ୨୦୦ ଟଙ୍କା,ଚମଡା ନଥାଇ ବ୍ରୟଲର କୁକୁଡା ମାଂସ କିଗ୍ରା ୨୨୦ ଟଙ୍କା,ଦେଶୀ କୁକୁଡା ପରଥାଇ କିଗ୍ରା ପ୍ରତି ୪୨୦ ଟଙ୍କା,ଛେଳି ମାଂସ କିଗ୍ରା ୬୫୦ ରୁ ୭୦୦ ଟଙ୍କା,ଅଣ୍ଡା ଗୋଟା ପ୍ରତି ୫ ଟଙ୍କାରୁ ୫ ଟଙ୍କା ୫୦ପଇସା । ବର୍ତ୍ତମାନ ମାଲକାନଗିରି ବଜାରରେ ବିକ୍ରୟ ହେଉଥିବା ଅଣ୍ଡା ଅଧିକାଂଶ ପୋଚକା ବାହାରୁଛି,ଯାହାକି ଖାଇବା ଉପଯୁକ୍ତ ନୁହଁ । ଦିନକୁ ଦିନ ବଜାର ଦର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଯୋଗାଣ ଅଧିକାରୀ, ଉପ-ଜିଲ୍ଲାପାଳ, ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ ଦରଦାମ ନିୟନ୍ତ୍ରଣ କରିବାରେ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି । ଫଳରେ ଅସାଧୁ ବେପାରୀମାନେ ଚଢାଦରରେ ଖାଉଟି ସାମଗ୍ରୀ ବିକ୍ରୟ କରି ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.