ଆଠ ଜଣ ଶହୀଦ କୃଷକଙ୍କୁ ଶ୍ରଦ୍ଧାଞ୍ଜଳୀ ।

0 304

ମାଲକାନଗିରି,ତା:୧୨/୧୦(ପିପିଟି): ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା କାଣ୍ଡରେ ୮ ଜଣ କୃଷକ ମୃତ୍ଯୁ ବରଣ କରିଥିଲେ !ସେମାନଙ୍କୁ ଶହୀଦ ଆଖ୍ଯା ଦେଇ ମାଲକାନଗିରି ସଂଯୁକ୍ତ ମୋର୍ଚ୍ଚା ଆହ୍ବାନ କ୍ରମେ ଏକ କ୍ଯାଣ୍ଡେଲ ଶୋଭାଯାତ୍ର ଆୟୋଜନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଆଜି ସଂଧ୍ୟା ୬ ଘଟିକା ସମୟରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନ କ୍ରମେ ମାଲକାନଗିରି ବସ ଷ୍ଟାଣ୍ଡରୁ ବ୍ଲକ ଛକ ପର୍ଯ୍ଯନ୍ତ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି କ୍ଯାଣ୍ଡେଲ ଶୋଭା ଯାତ୍ରାରେ ଓଡିଶା କୃଷକ ସଭା ଆବାହକ ବ୍ରଜ ମାଝି,ବରିଷ୍ଠ ଆଇନଜୀବୀ ରଥିକୃଷ୍ଣ ପାତ୍ର,ବିଏସପି ସଭାପତି ଜାରା ଶବର ମାଢି,ଏସଡି ସଭାପତି ଭୀଷ୍ମ ପାଙ୍ଗୀ,ଏସସି,ଏସଟି,ଓବିସି,ମାଇନରଟି ସଂଘ ସଭାପତି ଘେନୁ ମୁଦୁଲି,ସୋନୁ ଅନୁଗ,ବେଦେଶୀ ଗୌଡ,ଭୂପେଶ କର୍ମକାର,କୃଷ୍ଣ ପାଣ୍ଡୀ,ଧବୁଲୁ ବେହେରା ପ୍ରମୁଖଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଖେରୀରେ ମୃତ୍ୟୁ ବରଣ କରିଥିବା କୃଷକଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।
ଏହି ଶୋଭା ଯାତ୍ରାରେ ଅନ୍ଯାନ୍ଯ ସଂଗଠନର କର୍ମକର୍ତ୍ତାମାନେ ମଧ୍ଯ ଯୋଗ ଦେଇଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.