ବ୍ରହ୍ମପୁର ,୦୯/୧୦(ପିପିଟି):ବ୍ରହ୍ମପୁର ସହରର ଖୋଡାସିଂ ଅଲେଖନଗର ପ୍ରଥମ ଲେନର ସରୋଜ କୁମାର ତ୍ରିପାଠୀ, ସସ୍ମିତା ଦେଵୀଙ୍କ ସୁପୁତ୍ର ସମରଜିତ୍ ତ୍ରିପାଠୀ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୪ତମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ତାଙ୍କର ପୈତୃକ ଗ୍ରାମ ଜଗନ୍ନାଥ ପ୍ରସାଦ ବ୍ଲକ ଜଗନ୍ନାଥ ପୁର ଶାସନ ଅଟେ । ତାଙ୍କର ପିତା ସରୋଜ କୁମାର ତ୍ରିପାଠୀ ବର୍ତମାନ ଅଧ୍ୟକ୍ଷ ନବୋଦୟ ବିଦ୍ୟାଳୟ, ପାଇକମାଳ, ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । ପୋଲସରା ସହର ଷଣ୍ଡସାହିର ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ କାଳିଚରଣ ଆଚାର୍ଯ୍ୟଙ୍କ ନାତି (ଝିଅର ପୁଅ )ଅଟନ୍ତି । ସେ ଦଶମ ଶ୍ରେଣୀ ୨୦୧୧ ମସିହାରେ ଜବାହର ନବୋଦୟ ବିଦ୍ୟାଳୟ, କୋରାପୁଟରୁ ୯୫ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଥିଲେ. ଯୁକ୍ତ ଦୁଇ ବିଜ୍ଞାନ ଛାତ୍ର ଭାବେ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ସେଣ୍ଟଯେଭିୟର ହାଇ ସ୍କୁଲରୁ ୨୦୧୩ ମସିହାରେ ୮୮ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇ ଥିଲେ ।ଏହାପରେ ସେ ଭୁବନେଶ୍ୱର ସ୍ଥିତ ସି. ଇ. ଟି ଇଂଜିନିୟରିଙ୍ଗ କଲେଜରୁ ଇନଷ୍ଟ୍ରମେସନ ଓ ଇଲୋକଟ୍ରୋନିକ୍ସ ରେ ପ୍ରଥମ ସ୍ଥାନ ରଖି ୨୦୧୭ ମସିହାରେ ଉତ୍ତୀର୍ଣ ହୋଇ ଥିଲେ । ତାଙ୍କର ଏହି କୃତିତ୍ୱ ଫଳରେ ବ୍ରହ୍ମପୁର ସହର,ତାଙ୍କର ପୈତୃକ ଗ୍ରାମ ପୋଲସରା ସହରରେ ଆନନ୍ଦ ଖେଳିଯାଇଛି ।