ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁଙ୍କ ଦେହାନ୍ତ।

0 627

ପୋଲସରା, ୦୭/୧୦(ପିପିଟି): ପୋଲସରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ସେ ଏଆଇଏସ୍ଏଫ୍ ଓ ସିପିଆଇ ରୁ ରାଜନୀତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସହଯୋଗୀ ଭାବରେ କାର୍ଯ୍ଯ କରିଥିଲେ। ଶ୍ରୀ ସାହୁ ଜଣେ ସୁବକ୍ତା,ସଂଗଠକ ଓ ମେଳାପି ଥିଲେ। ତାଙ୍କର ଦେହାନ୍ତରେ ପୋଲସରା ନିର୍ବାଚନ ମଣ୍ଡଳୀରେ ଶୋକର ଛାୟା ଖେଳିଯାଇଛି। ଶ୍ରୀ ସାହୁ ଶେଷନିଶ୍ୱାସ ପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସହିତ ରହିଥିଲେ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.