ବେଲଗୁଣ୍ଠା,୦୪/୧୦(ପିପିଟି): ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ବେଲଗୁଣ୍ଠାର ମାର୍ଗଦର୍ଶକ ଗତ କିଛି ଦିନ ହେଲା ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବ୍ରଜବନ୍ଧୁ ମହାପାତ୍ରଙ୍କ ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ନିଜର ପାଠ ପଢ଼ା ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ରୂପେ ୧୯୭୦ ମସିହାରୁ ୧୯୮୮ ମସିହା ପର୍ଯ୍ୟନ୍ତ ସମାଜ ଜାଗରଣ କାର୍ଯ୍ୟରେ ଲାଗିଥିଲେ । ପରବର୍ତ୍ତୀ ସମୟରେ ଛୋଟୋ ବୟସରୁ ପିଲାମାନଙ୍କ ମଧ୍ୟରେ କିପରି ରାଷ୍ଟ୍ର ତଥା ସମାଜ ପ୍ରତି କର୍ତ୍ତବ୍ୟ ରହୁ ଏହି ଉଦ୍ଦେଶ୍ଯ ରେ ସାରା ଓଡ଼ିଶାର ଗଳି କନ୍ଦିରେ ସ୍ୱାମୀ ବିବେକାନନ୍ଦଙ୍କ ବିଚାର ଆଧାରିତ ବିଦ୍ୟାଳୟ ମାନ କିପରି ଚାଲୁ ଏହି ଲକ୍ଷ୍ୟରେ ନିଜର ଅନ୍ତିମ ସମୟ ଯାଏଁ ପ୍ରୟାସ ଜାରି ରଖିଥିଲେ । ବୋଲଗଡ଼ ବ୍ଲକ ନିଜ ଗ୍ରାମ କଲାଙ୍ଗ ଠାରେ ପୁତ୍ର ବିଭୂତି ଭୂଷଣ ମହାପାତ୍ର ମୁଖାଗ୍ନି ଦେଇ ସଂସ୍କାର କରା ଯାଇଛି । ତାଙ୍କ ଜୀବନ କାଳ ମଧ୍ୟରେ କରିଥିବା ମହାନ କାର୍ଯ୍ୟ ଗୁଡ଼ିକୁ ମନପକାଇ ତାଙ୍କୁ ଅଜି ବିଦ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଅମର ଆତ୍ମାକୁ ଭଗବାନ ଶାନ୍ତି ଦେବା ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଉପସ୍ଥିତ ଗୁରୁଜୀ ଗୁରୁମା ତଥା ଛାତ୍ର ଛାତ୍ରୀ ଗଭୀର ଶୋକ ପ୍ରକାଶ କରିଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )