ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କ ଉଦ୍ଦେଶ୍ଯରେ ସ୍ମୃତି ସଭା।

0 235

ମାଲକାନଗିରି,୦୪/୧୦(ପିପିଟି): ତାର୍ଲାକୋଟା ସରକାରୀ ଉଚ୍ଚ ବିଦ୍ଯାଳୟ ଠାରେ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କ ଉଦ୍ଦେଶ୍ଯରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ ଯାଇଛି । ଶିକ୍ଷୟିତ୍ରୀ ମଧୁସ୍ମିତା ମଲିକ ତା:୨.୪.୨୦୧୧ ରେ ତାର୍ଲାକୋଟା ସରକାରୀ ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଥିଲା ବେଳେ ତା:୧୫.୭.୨୦୨୧ରେ ସେ ଜ୍ବରରେ ଆକ୍ରାନ୍ତ ହୋଇ ଅକାଳ ମୃତ୍ଯୁକୁ ଆଲିଙ୍ଗନ କରିଥିଲେ । ମଣିଷ ମରଣଶୀଳ। ଜନ୍ମ ମାତ୍ରେ ମୃତ୍ୟୁ ଅନିବାର୍ଯ୍ଯ ଓ ଏହା ଚିରନ୍ତନ ସତ୍ୟ। କିନ୍ତୁ ମଣିଷ ମୃତ୍ୟୁ ପରେ ମଧ୍ୟ ସେ ଅମର ହୋଇ ରହିଥାଏ ତାଙ୍କର ସୁକର୍ମ ପାଇଁ। ସେହି ଭଳି ଜଣେ ମଣିଷ ମଧୁସ୍ମିତା ମଲିକ ,ଯାହାଙ୍କ ଆଦର୍ଶ ଗୁଣ ,ନିରଳସ ଜୀବନ, ନିଷ୍ଠାପର କର୍ତ୍ତବ୍ୟ ପରାୟଣତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ତାଙ୍କ ଅକାଳ ମୃତ୍ୟୁ ପରେ ଏକ ସ୍ମୃତି କମିଟି ଗଠନ କରି ସ୍ବର୍ଗତା ମଧୁସ୍ମିତାଙ୍କ ସ୍ମୃତି ଚାରଣ କରିଥିଲେ । ତତ୍ ସହିତ କବିତା ପାଠୋତ୍ସବର ଆୟୋଜନ କରିଥିଲେ। ସେ ଜଣେ ଛାତ୍ର ବତ୍ସଳା ଆଦର୍ଶ ଶିକ୍ଷୟିତ୍ରୀ, ସୁଗୃହିଣୀ ତଥା ସମାଜ ସେବୀ ଥିଲେ। ସେ ମାତ୍ର ୩୮ ବର୍ଷ ବୟସରେ ସମସ୍ତଙ୍କୁ ଛାଡି ଇହଧାମ ତ୍ୟାଗ କରିଥିଲେ। ତାଙ୍କ ଭଳି ଜଣେ ଆଦର୍ଶ ଶିକ୍ଷୟିତ୍ରୀଙ୍କୁ ହରାଇ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳିଯାଇଛି। ଏହି ସ୍ମୃତି ଚାର ସଭା କମିଟିର ଉପଦେଷ୍ଟା ବିଜୟ ଉପାଧ୍ୟାୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖଇରପୁଟ ଗୋଷ୍ଠୀ ଶିକ୍ଷାଧିକାରୀ ଶଶୀ ଭୂଷଣ ମିଶ୍ର, ମୁଖ୍ୟବକ୍ତା ଭାବେ କୁଡୁମୁଳୁଗୁମ୍ମା ଡାରଓ୍ବିନ ମେମୋରିଆଲ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ନିରଞ୍ଜନ ସ୍ବାଇଁ, ଅଧ୍ୟାପକ ମଳୟ ନନ୍ଦୀ,ବିଜୟ କୁମାର ପାଢ଼ୀ,ମଧୁସ୍ମିତା ସ୍ମୃତି କମିଟିର ଆବାହକ ମଣିଶଙ୍କର ମଜୁମଦାର, ବାଲାରାଜୁ ଗେମେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅଞ୍ଜନ କୁମାର ଚୌଧୁରୀ, ସରପଞ୍ଚ ସୋମନାଥ ବାର୍ସେ, ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ କହର, କରୁଣାକର ମଲିକ, ଅତିଥିମାନେ ମଧୁସ୍ମିତାଙ୍କ ସ୍ମୃତି ଚାରଣ କରିଥିଲେ। ତାଙ୍କ ନାମରେ ଏକ ସ୍ମରଣିକା ପ୍ରକାଶ କରିବାକୁ ସଭାପତି ଘୋଷଣା କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ଶାରଦା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.