ବାଇକ ସହ ସାଇକଲ ଧକ୍କା, ୨ ଗୁରୁତର ।

0 241

ଭଞ୍ଜନଗର,୨୩/୦୯(ପିପିଟି) : ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅଧୀନ ଅଢେଇ ଗାଁ ନିକଟରେ ବାଇକ ସାଇକଲ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ଆହତ ମାନେ ହେଲେ ଥୋଲଣ୍ଡା ଗ୍ରାମର ଗଣେଷ ନାଇକ ଏବଂ ବିଗିଲି ନାଇକ। ଉଭୟ ଗ୍ରାମରୁ ବେଲଗୁଣ୍ଠାକୁ ଆସୁଥିବା ବେଳେ ଅଢେଇଗାଁ ନିକଟରେ ଏକ ସାଇକଲ ସହ ଧକ୍କା ହୋଇଥିଲା। ଏଥିରେ ଉଭୟ ବାଇକରୁ ପଡି ଗୁରୁତର ଆହାତ ହୋଇଥିବା ବେଳେ ସୌଭାଗ୍ୟବଶତ ସାଇକଲ ଚାଳକ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ଆମ୍ବୁଲାନ୍ସ ରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.