ସହରରେ ଗୋଳିଆ ପାଣିକୁ ନେଇ ‌ଅସନ୍ତୋଷ ଜାହିର କଲା ଓକିଲ ସଂଘ ।

0 290

ଭଞ୍ଜନଗର,୦୯/୦୯(ପିପିଟି) : ସ୍ବଚ୍ଛ ନିର୍ମଳ ପାଣି ଜାଗାରେ ଗୋଳିଆ ମଇଳା ପାଣି ଦେଉଥିବାରୁ ଭଞ୍ଜନଗର ଆଇନଜୀବୀ ସଂଘ ପକ୍ଷରୁ ଅସନ୍ତୋଷ ଜାହିର କରାଯାଇଛି। ଯଦି ସ୍ଥାନୀୟ ଜନସ୍ବାସ୍ଥ ବିଭାଗ ପକ୍ଷରୁ ତୁରନ୍ତ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ‌ଜଳ ଯୋଗାଣ କ୍ଷେତ୍ରରେ ପଦକ୍ଷେପ ନ ନିଆଯାଏ ‌ସାଧାରଣ ଲୋକଙ୍କ ସ୍ବାର୍ଥ ପାଇଁ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ନେଇ ଚେତାବନୀ ଦିଆଯାଇଛି। ବୁଧବାର ଭଞ୍ଜନଗର କୋର୍ଟ ପରିସରରେ ଏକ ସ୍ବତନ୍ତ୍ର ବୈଠକ ଡାକି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗତ ଏକ ସପ୍ତାହ ହେବ ସହରର ପ୍ରତିଦିନ ଗୋଳିଆ ପାଣି ଆସୁଥିବା ବେଳେ ସେହି ପାଣି ପିଇ ଜନସାଧାରଣ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିସହ ବର୍ତ୍ତମାନ ଚାରିଆଡେ ଡେଙ୍ଗୁ ରୋଗ ଆକ୍ରାନ୍ତଙ୍କ ସଂଖ୍ୟ ବୃଦ୍ଧି ପାଉଥିବାରୁ ପରିମଳ ବ୍ୟବସ୍ଥା ସହ ଲୋକ ମାନଙ୍କୁ ବିଶୁଦ୍ଧ ପାଣି ଯୋଗାଇବାର ଆବଶ୍ୟକତା ରହିଛି କିନ୍ତୁ ପ୍ରଶାସନ ପକ୍ଷରୁ ଏହାର ଓଲଟା କାର୍ଯ୍ୟ ହେଉଥିବା ସଂଘ ଅଭିଯୋଗ କରିଛି। ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ସରକାର ‌ଘୋଷଣା ହୋଇଥିବା ବେଳେ ତାହା ଭଞ୍ଜନଗରରେ କେବେ କାର୍ଯ୍ୟକାରୀ ହେବ ବୋଲି ସଂଘ ପ୍ରଶ୍ନ କରିଛି। ଲୋକଙ୍କ ପାଇଁ ଜୀବାଣୁ ମୁକ୍ତ ରୋଗ ମୁକ୍ତ କରି ସ୍ବଚ୍ଛ ନିର୍ମଳ ପିଇବା ପାଣି ଯୋଗାଇବାରେ ବିଭାଗ ଅସମର୍ଥ ରହିଥିବାରୁ ଲୋକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଦିନେ ଭଞ୍ଜନଗର ସହରରରୁ ବ୍ରହ୍ମପୁର ସହରର ପାନୀୟ ଜଳ ଅଭାବ ମେଣ୍ଟାଉଥିବା ବେଳେ ବର୍ତ୍ତମାନ ସହରରେ ସ୍ବଚ୍ଛ ପାନୀୟ ଜଳର ସଙ୍କଟ ଦେଖାଦେଇଛି। ତେଣୁ ତୁରନ୍ତ ସରକାର ଏହା ପ୍ରତି ଗୁରୁତ୍ବାରୋପ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ବରେ ଉପସଭାପତି ରଜତ କୁମାର ଦାସ, ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ,ସହ ସମ୍ପାଦକ ଧିରେନ୍‌ ସ୍ବାଇଁ,ବରିଷ୍ଠ ଆଇନଜୀବୀ ରବିନ୍ଦ୍ର ନାଥ ଦାସ,ସନ୍ତୋଷ କୁମାର ତିଆଡି, ବିମଳ ପାଣି,ମନୋଜ କୁମାର ପଟ୍ଟନାୟକ,ସୀତାରାମ ଗୌଡ, ଅଭିମନ୍ୟୁ ଗୌଡ଼, ସୁଶାନ୍ତ ତିଆଡ଼ି ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.