ମାଲକାନଗିରି,ତା:୦୨/୦୯(ପିପିଟି); ବର୍ତ୍ତମାନ ମାଲକାନଗିରି ଜିଲ୍ଲାର କୋଣେ ଅନୁକୋଣେ ଡେଙ୍ଗୁ ବ୍ଯାପିଛି । ଡେଙ୍ଗୁ ଜ୍ବରରେ ୪୭ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି । ଡେଙ୍ଗୁ ମଶା ଜିଲ୍ଲା ସାରା ବ୍ଯାପୁଥିବା ବେଳେ ପ୍ରଶାସନିକ ସ୍ତରରେ ଜନ ସଚେତନ ନାହିଁ । ଡେଙ୍ଗୁ ନିରାକରଣ ଲାଗି କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଦେଖିବାକୁ ମିଳୁଛି । ଜିଲ୍ଲା ଡେଙ୍ଗୁ ମଶା ଦମନ ଲାଗି ସ୍ବାସ୍ଥ୍ଯ ବିଭାଗର ଚରମ ଅବହେଳା ଯୋଗୁଁ ଲୋକମାନଙ୍କ ମନରେ ଡେଙ୍ଗୁ ଜ୍ବରକୁ ନେଇ କୋକୁଆ ଭୟ ସୃଷ୍ଟି ହେଉଛି । ଏଣେ ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁସାରେ ମାଲକାନଗିରି ପୌରାଞ୍ଚଳରେ ଡେଙ୍ଗୁ ଜ୍ବର ଦ୍ବାରା ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବାଲିମେଳା ଏନଏସିରେ ଜଣେ,ଏମଭି-୮ ଗ୍ରାମରେ ୨ଜଣ,ଏମଭି-୩୧ରେ ଜଣେ,ଏମଭି-୧୦ ଗ୍ରାମରେ ଜଣେ, ଏମପିଭି-୧୦ ଗ୍ରାମରେ ଜଣେ, ଚାଲାଣଗୁଡାରେ ୨ ଜଣ, ସ୍ପିଲ-ୱେରେ ଜଣେ,କୋରୁକୋଣ୍ଡାରେ ୨ ଜଣ ଡେଙ୍ଗୁ ଜ୍ବରରେ ପୀଡିତ ଥିବା ଜଣା ପଡିଛି ।ସେହିପରି ଛତିଶଗଡ ରାଜ୍ଯର ସୁକୁମାର ୨ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଏଠାରେ ୩ ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣା ପଡିଛି । ବର୍ତ୍ତମାନ ମାଲକାନଗିରି ପୌରାଞ୍ଚଳରେ ସର୍ବାଧିକ ୨୭ ଜଣ ଡେଙ୍ଗୁ ଜ୍ବରରେ ଆକ୍ରାନ୍ତ ଯୋଗୁଁ ସ୍ଥିତିକୁ ନିୟନ୍ତ୍ରଣାଧିନ ନକଲେ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାର ସମ୍ଭାବନା ରହିଛି । ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ପ୍ରତି ଦିନ ବର୍ଷା ହେଉଥିବା ଯୋଗୁଁ ପୌରାଞ୍ଚଳର ନାଳ ନର୍ଦ୍ଦମାରୁ ଜଳ ନିସ୍କାଷିତ ହୋଇ ନପାରି ନାଳ ନର୍ଦ୍ଦମାରେ ଜମି ରହୁଥିବାରୁ ଡେଙ୍ଗୁ ମଶା ବଂଶ ବିସ୍ଥାର କରିବାରେ ଅନୁକୁଳ ପରିବେଶ ପାଉଛି । ଅନ୍ଯପକ୍ଷରେ ମଶା ଦମନ ଲାଗି ମାଲକାନଗିରି ପୌର ପରିଷଦ ମଶା ତେଲ ସିଞ୍ଚନ ପ୍ରତ୍ଯେକ ୱାର୍ଡରେ କରୁନଥିବା,ଘରେ ଘରେ ଡିଡିଟି ସିଞ୍ଚନ ନହେବା,ମଶା ଧୂଆଁ ୧୯ ଗୋଡି ୱାର୍ଡରେ ପ୍ରୟୋଗ ନକରିବା ଯୋଗୁଁ ମାଲକାନଗିରି ପୌରାଞ୍ଚଳରେ ଦ୍ରୁତ ଗତିରେ ଡେଙ୍ଗୁ ବ୍ଯାପୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପୌରାଞ୍ଚଳର ସତୀଗୁଡା, ମାହେଶ୍ବରୀ କଲୋନୀ,ନଗର ଭବନ,୧୧୯ କଲୋନୀ,ଦୁର୍ଗାଗୁଡି ସାହି,ଝାଟିମାଟି କଲୋନୀ,ଟିକ୍ ବାଡି କଲୋନୀ ଆଦି ସାହିଗୁଡିକରେ ଡେଙ୍ଗୁ ଜ୍ବରରେ ଲୋକମାନେ ପୀଡିତ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାପାଳ ଏଥିପ୍ରତି ଗୁରୁତର ସହ ବିବେଚନା କରି ବହିତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ ଦାବି ହୋଇଛି । ନତୁବୁ ଡେଙ୍କୁ ଜ୍ବର ଜିଲ୍ଲାରେ ନୟନ୍ତ୍ରଣ ବାହାପକୁ ଚାଲିଯିବାର ସନ୍ଦେହକୁ ଏଡାଇ ହେବ ନାହିଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post