ଶେରଗଡ,୩୦/୦୮(ପିପିଟି); କରୋନାର ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ଟୀକା କରଣ କରାଯାଉଥିବା ବେଳେ ଏବେବି ଶେରଗଡ଼ ବ୍ଲକର ଅନେକ ପଞ୍ଚାୟତରେ ଟୀକା କରଣ ବ୍ୟବସ୍ଥା ନଥିବା ଓ ଟୀକା ଅଭାବ ଥିବା ଭଳି ସମସ୍ୟା ଦେଖାଯାଉବା ବେଳେ ଟୀକା ନେବା ପାଇଁ ଲୋକଙ୍କ ଅହେତୁକ ଭିଡ଼ ସହ ଅସନ୍ତୋଷ ଦେଖୁବାକୁ ମିଳିଛି । ଶେରଗଡ଼ ବ୍ଲକର ତାକରଡ଼ା, କୁଲାଗଡ଼, ବାନ୍ଧିଗୁଡା, କୁମାରପାଣି ଓ ଭେଟସିଙ୍ଗି ଠାରେ ପ୍ରଥମ ଓ ଦ୍ବିତୀୟ ଡୋଜ ଟୀକା କରଣ ଚାଲିଥିବାବେଳେ ଟୀକା ଦେବା ନିମନ୍ତେ ଆଖପାଖ ଗ୍ରାମରୁ ଶତାଧିକ ଲୋକ ଟୀକା ନେବା ପାଇଁ କେନ୍ଦ୍ର ଗୁଡିକ ଠାରେ ଭିଡ଼ ଲାଗିରହିଥିଲା ।ଅହେତୁକ ଭିଡ଼ ଯୋଗୁଁ ଅନ୍ୟ ଗ୍ରାମରୁ ଆସିଥିବା ଲୋକଙ୍କୁ ଟୋକା ନେବାକୁ ବାରଣ କରାଯାଇଥିଲା । ଫଳରେ ଅନ୍ୟ ଗ୍ରାମରୁ ଆସିଥିବା ଲୋକମାନେ ଓ ଟୀକା କେନ୍ଦ୍ର ହୋଇଥିବା ଗ୍ରାମର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ସହ ଅପ୍ରୀତିକର ପରିସ୍ଥିତି ଦେବାକୁ ମିଳିଥିଲା ଓ ଅନ୍ୟଗ୍ରାମରୁ ଆସିଥିବା ଲୋକମାନେ ଟୀକା ନ ଦେଇ ଫେରିଯାଇଥିଲେ, ବର୍ତ୍ତମାନ ପରିସ୍ଥିତିରେ ଟିକା କରଣ ନିମନ୍ତେ ଠିକ ବ୍ୟବସ୍ଥା ହୋଇପାରୁନଥିବା ଯୋଗୁଁ ଏହିପରି ପରିସ୍ଥିତି ଦେଖାଯାଉଛି। ଟୀକା କରଣ ଚାଲିଥିବା ସମୟରେ ସୀମିତ ଟୀକା ପାଇଁ ଅହେତୁକ ଭିଡ଼ ଦେଖବାକୁ ମିଳିଛି । ଗୋଟିଏ ଅସ୍ଥାୟୀ କେନ୍ଦ୍ରରେ ୨ଶହ ଡୋଜ ଟୀକା ଦେବାର ବ୍ୟବସ୍ଥା ଥିବା ବେଳେ ଶହ ଶହ ଲୋକ ଟୀକା ନେବା ପାଇଁ ଆସି ପରସ୍ପରକୁ ଭିଡ଼ା ଭିଡ଼ି ଓ ମାରପିଟ ସହ ବିବାଦ ଦେଖା ଯାଇଛି । ଶେରଗଡ଼ ବ୍ଲକ ସମସ୍ତ ଗ୍ରାମାଞ୍ଚଳରେ ଟୀକା କରଣ ବ୍ୟବସ୍ଥା ତ୍ବରାନ୍ବିତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।
(ରିପୋର୍ଟ- ଭିକୁ ନାୟକ। )
Next Post