ବେଲଗୁଣ୍ଠା,୧୪/୦୮(ପିପିଟି) ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ଯୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ମଙ୍ଗଳ ପୁର ପଞ୍ଚାୟତ, ଗୋଠଳି ଗ୍ରାମର ସନ୍ୟାସୀ ଦାସଙ୍କ ମା ଲଷ୍ମୀ ଦାସ (୭୦), ଲଷ୍ମୀ ଶୁକ୍ରବାର ରାତ୍ର ୮.୩୦ ମିନଟ ସମୟରେ ବାହାରକୁ ଶୌଚ ପାଇଁ ଯାଇଥିବା ସମୟରେ ହଟାତ ଏକ ସାପ କାମୁଡି ଦେଇଥିଲା । ଟର୍ଚ୍ଚ ମାରି ଦେଖିଲା ବେଳକୁ ଏକ ବିଷାକ୍ତ ସାପ ପାଖରେ ଥିଲା । ଲାଷ୍ମୀଙ୍କୁ ସାଙ୍ଗେ ସାଙ୍ଗେ ପରିବାର ଲୋକେ ଭଞ୍ଜନଗର ମେଡିକାଲକୁ ନେଇ ଥିଲେ ସେଠାରେ ଡାକ୍ତର ଲାଷ୍ମୀଙ୍କ ମୃତ ଘୋଷଣା କରିଥିଲେ ବୋଲି ଲାଷ୍ମୀଙ୍କ ପୁଅ ସନ୍ୟାସୀ ବେଲଗୁଣ୍ଠା ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଆଜି ଭଞ୍ଜନଗର ମେଡିକାଲରେ ଶବ ବେବଛେଦ ହେବା ପରେ ପରିବାରକୁ ସଵ ହସ୍ତାନ୍ତର କରାଯାଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )