ବନ ବିଭାଗ ତରଫରୁ ବିଶ୍ୱ ହସ୍ତୀ ଦିବସ ପାଳନ ।

0 243

ଭଞ୍ଜନଗର,୧୨/୦୮(ପିପିଟି); ହାତୀ ସୁରକ୍ଷା ଉଦ୍ଦେଶ୍ୟରେ ଉତ୍ତର ଘୁମୁସର ବନଖଣ୍ଡ ତରଫରୁ ଆଜି ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି । ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କାନ୍ତ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗଦେଇଥିଲେ । ସେହିପରି ନିମନ୍ତ୍ରିତ ଅତିଥି ଭାବରେ କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ଅଧ୍ୟାପକ,ଜଗନ୍ନାଥ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ , ଅବସରପ୍ରାପ୍ତ ବନପାଳ ସୁରେଶ ସ୍ୱାଇଁ ଏବଂ ଦକ୍ଷିଣ ଘୁମୁସର ବନଖଣ୍ଡର ଦୁଇ ସହକାରୀ ବନ ସଂରକ୍ଷକ ଶଙ୍କର୍ଷଣ ବେହେରା ଓ ପ୍ରଭାକର ନାୟକ ଯୋଗ ଦେଇ ହସ୍ତୀ ସୁରକ୍ଷା ଉପରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ହାତୀ ସୁରକ୍ଷା ପାଇଁ ଜଙ୍ଗଲ ବିଭାଗକୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବଂ ବିଦ୍ୟୁତ୍ ବିଭାଗ ପୂର୍ଣ୍ଣ ସହଯୋଗ କରିବା ସହିତ ହାତୀ ଏବଂ ମୃଗ ସୁରକ୍ଷା ପାଇଁ ନିଯୁ୍କ୍ତ ସ୍କ୍ୱାଡ଼ ମାନଙ୍କୁ ଉନ୍ନତ ମାନର ତାଲିମ୍ ପ୍ରଦାନର ଆବଶ୍ୟକ ରହିଛି ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିବା ସହିତ ପ୍ରତିମାସରେ ସୁରକ୍ଷା ସ୍କ୍ଵାଡ୍ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ସମନ୍ଵୟ ବୈଠକ କରିବା ପାଇଁ ମତ ଦେଇଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ହାତୀ ସୁରକ୍ଷା ପାଇଁ ପୋଷ୍ଟର୍ ଏବଂ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । କାର୍ଯ୍ୟକ୍ରମରେ ଉତ୍ତର ଘୁମୁସର ବନଖଣ୍ଡ ସହକାରୀ ବନ ସଂରକ୍ଷକ ସୁଦର୍ଶନ ବାଦୀ ଅତିଥି ପରିଚୟ କରାଇଥିବା ବେଳେ ବନଖଣ୍ଡ ଅଧିକାରୀ ଶ୍ରୀ ଦଳାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ସଂଯୋଜନା କରିଥିବା ବେଳେ ସହକାରୀ ବନ ସଂରକ୍ଷକ ଏମ୍ ମୋତିଲାଲ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.