ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲା ହେଲପିଙ୍ଗ ହ୍ୟାଣ୍ଡ ।

0 363

ଭଞ୍ଜନଗର,୧୭/୦୭(ପିପିଟି);ଭଞ୍ଜନଗର ନିକଟ ସୋରାଦେବୀ ଜଙ୍ଗଲରେ ଶନିବାର ଦୀର୍ଘ ସମୟ ଧରି ଜଣେ ବୃଦ୍ଧା ବସି ରହିଥିଲେ।ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ତାଙ୍କୁ ଉଦ୍ଧାର କରିଥିଲେ।ଉକ୍ତ ମହିଳାଙ୍କ ନାମ କୋକିଳା ଗୌଡ଼(୭୦) ଓ ଘର ଗାଙ୍ଗପୁର ଥାନା ଅନ୍ତର୍ଗତ କେଶରା ପଲ୍ଲି ଗ୍ରାମରେ ବୋଲି ଜଣାପଡିଥିଲା।ସେ ନିଜ ଝିଅ ଘର ମୁନିଗାଡ଼ି ଗ୍ରାମକୁ ଯାଉଥିବା ବେଳେ ଭୁଲ ବଶତଃ ରାସ୍ତା ଜାଣି ନପାରି ଭଞ୍ଜନଗର ଚାଲି ଚାଲି ପଳେଇ ଆସିଥିଲେ। ଏସମ୍ପର୍କରେ ହେଲପିଙ୍ଗ ହ୍ୟାଣ୍ଡର କର୍ମକର୍ତ୍ତା ଗାଙ୍ଗପୁର ପୋଲିସ ସହ ଯୋଗାଯୋଗ କରି କୋଳିଳାକୁ ନେଇ ନିଜ ଘରେ ଛାଡ଼ି ଥିବା ଜଣାପଡ଼ିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.