ଛାତ୍ରଛାତ୍ରୀଙ୍କ ରେଜଲ୍ଟକୁ ନେଇ ଚିଠି ଲେଖିଲେ ଉପଜିଲ୍ଲାପାଳ ।

0 484

ଭଞ୍ଜନଗର,୨୯/୦୬(ପିପିଟି); ଚଳିତ ବର୍ଷ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ ନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ସୋମବାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ସମସ୍ତେ ଏକଠି ହୋଇ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏସମ୍ପର୍କରେ ଜଣାଇଥିଲେ। ୭୨ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଏଦିଗରେ କାର୍ଯ୍ୟ ଆରମ୍ଭ କରିଛି। କିଭଳି ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ହୋଇ ପାରିବ ସେଥିପାଇଁ ମଙ୍ଗଳବାର ଛାତ୍ରଛାତ୍ରୀଙ୍କ ପୂର୍ବ ପରୀକ୍ଷାର ମାର୍କ ବ୍ଲକ ଶିକ୍ଷାଧିକାରୀ ଓ ପରୀକ୍ଷା କଣ୍ଟ୍ରୋଲରଙ୍କ ନିକଟକୁ ପଠାଇବା ସହ ଏସମ୍ପର୍କରେ ଚିଠି ଲେଖି ଅବଗତ କରାଇଥିବା ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ କହିଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.