ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ସକାଶେ ଟିକାହିଁ ଏକମାତ୍ର ଅସ୍ତ୍ର – ଜିଲ୍ଲାପାଳ ।

0 649

ଛତ୍ରପୁର, ତା.୨୮/୦୬(ପିପିଟି); ଜିଲ୍ଲାର ସମସ୍ତ ଜନ ସାଧାରଣ ଯେଉଁ ପର୍ଯ୍ୟନ୍ତ ଶତ ପ୍ରତିଶତ ଟିକା ଗ୍ରହଣ କରିନାହାନ୍ତି ସେହି ପର୍ଯ୍ୟନ୍ତ ପଞ୍ଚସୂତ୍ରୀ ନିୟମ ନିଶ୍ଚିତରୂପେ କଡାକଡି କରାଯିବ । ସମସ୍ତ ଟିକାକରଣ କେନ୍ଦ୍ର ଗୁଡିକରେ ସଠିକ୍ ବ୍ୟବସ୍ଥା କରିବାକୁ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଅବଗତ କରାଇଥିଲେ । ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଜିଲ୍ଲାବାସୀ ମାସ୍କ ବ୍ୟବହାରକୁ ନିଜ ଜୀବନ ଶୈଳୀରେ ବ୍ୟବହାର କରିବାର ଅଭ୍ୟାସ କରନ୍ତୁ, ତେବେଯାଇ ସମସ୍ତ ଭାଇରାଲ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିପାରିବେ ତତ୍ ସହିତ ହାତ ଧୋଇବା ଅଭ୍ୟାସ ଜାରି ରଖିବା ଆଜିର ଆହ୍ବାନକୁ ପାଳନ କରିବାକୁ ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ଜଣାଇଛନ୍ତି । ସଂପ୍ରତି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଜନ ସାଧାରଣ ଶତକଡା ୮୭ପ୍ରତିଶତ ପ୍ରଥମ ଟିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ସେହିଭଳି ପ୍ରତି ବ୍ଲକ୍ ରେ କେତେ ସଂଖ୍ୟକ ଏବଂ କେତେ ପ୍ରତିଶତ ଲୋକେ ପ୍ରଥମ ଟିକା ଗ୍ରହଣ କରିଛନ୍ତି ତାହା ଜିଲ୍ଲାପାଳ ତର୍ଜମା କରିଥିଲେ । ତୃତୀୟ ପର୍ଯ୍ୟାୟ ଲହରରୁ ସୁରକ୍ଷିତ ରହିବା ସକାଶେ ଟିକାହିଁ ଏକ ମାତ୍ର ଅମୋଘ ଅସ୍ତ୍ର ବୋଲି ଜିଲ୍ଲାପାଳ ଜଣାଇଥିଲେ । ସମସ୍ତ ଅଞ୍ଚଳରେ ସ୍ବାବ ସଂଗ୍ରହ ସଂଖ୍ୟା ଅଧିକ କରି ପରୀକ୍ଷା କରିବାକୁ କୁହାଯାଇଛି । କରୋନା ସହିତ ଜୀବନ ଶୈଳୀକୁ ଅଭ୍ୟାସରେ ପରିଣତ କରି ଉନ୍ନୟନ କାର୍ଯ୍ୟ ଚାଲୁ ରହିବ । ଜିଲ୍ଲାରେ ରହିଥିବା ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ଦିଗରେ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ କାର୍ଡ ପ୍ରଦାନ ଦିଗରେ ବ୍ୟବସ୍ଥା କରିବାକୁ କୁହାଯାଇଛି । ଜିଲ୍ଲାର ପ୍ରତି ଅଞ୍ଚଳରେ ଇନ୍ ଡୋର୍ ଷ୍ଟାଡିୟମ୍ ନିର୍ମାଣ ହେବ । ଏଥି ସକାଶେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଗୋଷ୍ଠୀ ଉନ୍ନୟନ ଗଣ ସ୍ଥାନ ନିରୂପଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସପ୍ତାହର ପ୍ରତ୍ୟେକ ସୋମବାର ଦିନ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଅନୁଷ୍ଠିତ ହୋଇ ସପ୍ତାହକ ପର୍ଯ୍ୟନ୍ତ ଯାହା କାର୍ଯ୍ୟ ଦିଆଯିବ ତାହା ନିଜ କାର୍ଯ୍ୟାଳୟର ନିୟମିତ କାର୍ଯ୍ୟ ସହ ପ୍ରଦାନ କରାଯାଇଥିବା କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ଜଣାଇଥିଲେ । ସୋମବାର ଦିନ ପ୍ରଦାନ କରାଯାଇଥିବା କାର୍ଯ୍ୟ ଶନିବାର ସୁଦ୍ଧା ଶେଷ ହେବ କିମ୍ବା ଉକ୍ତ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଶନିବାର ଆଲୋଚନା ହେବ ।ଅଧିକାରୀଗଣଙ୍କ ଠାରେ ଯଦି କିଛି ନୂତନ ଚିନ୍ତାଧାରା ସୃଷ୍ଟିହୁଏ ତାହାକୁ ମଧ୍ୟ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା ବିମର୍ଶ କରି ତାହା କିଭଳି ଜିଲ୍ଲାରେ କାର୍ଯ୍ୟକାରୀ ହେବ ସେ ଦିଗରେ ପ୍ରୟାସ କରିବା ପାଇଁ ଜିଲ୍ଲାପାଳ ପ୍ରବର୍ତ୍ତାଇଥିଲେ । ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍,, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଉପଜିଲ୍ଲାପାଳ ଛତ୍ରପୁର ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ମଲ୍ଲିକ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.