ପିପିଟି ପକ୍ଷରୁ ଜଗନ୍ନାଥପୁର, ନରେନ୍ଦ୍ରପୁର ଓ ବଡକୁଶସ୍ଥଳି ଅଞ୍ଚଳରେ ମାସ୍କ ବଣ୍ଟନ।

0 613

ବ୍ରହ୍ମପୁର,୨୨/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ତତ୍ତ୍ବାବଧାନରେ ଜଗନ୍ନାଥପୁର, ନରେନ୍ଦ୍ରପୁର ଓ ବଡକୁଶସ୍ଥଳି ଅଞ୍ଚଳରେ ମାସ୍କ ବଣ୍ଟନ କରାଯିବା ସହିତ ସାନିଟାଇଜର ବ୍ଯବହାର କରିବା, ସାମାଜିକ ଦୂରତ୍ବ, ଟୀକାକରଣ ରେ ଅଂଶଗ୍ରହଣ କରିବା ପାଇଁ ସଚେତନ କରାଯାଇଥିଲା। ଏହି ସଚେତନ କାର୍ଯ୍ୟକ୍ରମରେ ପିପିଟି ସମ୍ପାଦକ ସମରଜିତ୍ ମହାନ୍ତି,ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ସାନ୍ତନୁ କୁମାର ବେହେରା, ଅଜୟ କୁମାର ପଣ୍ଡା,ହରିହର ଜେନା ଓ ସୁଶାନ୍ତ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ପିପିଟି ପକ୍ଷରୁ ସମ୍ପାଦକ ଶ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି କରୋନା ମହାମାରୀକୁ ନଜରେ ରଖି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନ କାର୍ଯ୍ୟକ୍ରମ କରାଯିବ।

Leave A Reply

Your email address will not be published.