କୁଟିଆ ଆଦିମ ଜନଜାତିଙ୍କୁ ସାହାରା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ ।

0 273

ବାଲିଗୁଡ଼ା,୨୧/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ଙ୍କୁ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ମୁଣ୍ଡିଗଡ଼ ପଞ୍ଚାୟତର ପାଲକି ପଦର ଓ ଗୁମା ପଞ୍ଚାୟତ ର ଡୁପି ଓ ମାଦାଗୁଡା ପଞ୍ଚାୟତ ର ପବନ ଗାଁ ରେ ବସବାସ କରୁଥିବା ଜନଜାତିଙ୍କ ପରିବାରକୁ ସମ୍ପାଦକ ସୁକାନ୍ତ କୁମାର ନାୟକ ସେମାନଙ୍କ ନିକଟରେ ପହଁଚି ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ଏହା ସହ କିଭଳି ୪୫ ବର୍ଷ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସମସ୍ତେ ଟୀକା ନେଇ ସୁରକ୍ଷିତ ରହିପାରିବେ ସେ ସମ୍ପର୍କରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଏକ ସଚେତନତା ଓ ଲିଫ ଲେଟ ପ୍ରଦାନ କରଯାଇଥିଲା। ତୁମୁଡ଼ିବନ୍ଧ ବ୍ଲକର ମୁଣ୍ଡିଗଡ ପଞ୍ଚାୟତର ଘୁମୁରା ଗାଁ, ବିଲାମାଳ ପଞ୍ଚାୟତର ଗରାଙ୍ଗୀ, ବେଲଘର ପଞ୍ଚାୟତର ବୁଲୁବାରୁ, ଗୁମା ପଞ୍ଚାୟତର ଡୁପି ଏଭଳି ୧୦ଟିଗାଁର ୩୦୦ ପରିବାରକୁ ସଚେତନତା ସହ ସଂପୂର୍ଣ୍ଣ ଟୀକା କାରଣ ଉପରେ ଗୁରୁତ୍ବ ଦେଇ ସଚେତନତା କରିଥଲେ।ତୃତୀୟ ଲହର କିଭଳି କୁଟିଆ କନ୍ଧଙ୍କୁ ଛୁଇଁ ପାରିବ ନାହିଁ ସେ ନେଇ ଏବେ ଠାରୁ ହିଁ ପ୍ରସ୍ତୁତ ରହିବାକୁ ସଂପାଦକ ଶ୍ରୀ ନାୟକ କହିଥିଲେ। ଏଭଳି କରୋନା ମହାମାରୀ ସମୟରେ ସାହାରା ସ୍ଵେଚ୍ଛାସେବୀ ଅନୁଷ୍ଠାନ ଜିଲ୍ଲର ଦୁର୍ଗମ ଅଞ୍ଚଳ ତୁମୁଡ଼ିବନ୍ଧ ଓ କୋଟଗଡ଼ ସାମ୍ବାଦିକଙ୍କୁ କରୋନା କୀଟ ପ୍ରଦାନ, ଦୁର୍ଗମ ଅଞ୍ଚଳ ରେ ସଚେତନତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରି ବୁଦ୍ଧିଜିବୀ ,ବନ୍ଧୁ ବର୍ଗ ଓ ସାଧାରଣ ଲୋକଙ୍କ ଠାରୁ ଶୁଭେଚ୍ଛା ସାଉଁଟିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.