ମାଲକାନଗିରି,ତା:୨୦/୦୬(ପିପିଟି);ଆନ୍ଧ୍ର ପୋଲିସ ଏନକାଉଣ୍ଟରେ ପ୍ରାଣ ହରାଇଥିବା ମୋଷ୍ଟ ୱାଣ୍ଟେଡ୍ ମାଓନେତାର ଶବ ଆଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ୍ ଅନ୍ତର୍ଗତ ଟେକଗୁଡା ଗ୍ରାମରେ ପହଞ୍ଚିିଛି । ଗତ ବୁଧ ବାର ଦିନ ଆନ୍ଧ୍ର ପ୍ରଦେଶର କୋୟେରୁ ଥିଗଲ ଡଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ଯରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ସମୟରେ ୬ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଓଡିଶର ୩ ଜଣ ମାଓବାଦୀ ପ୍ରାଣ ହରାଇ ଥିଲେ । ତନ୍ମଧ୍ଯରୁ କାଲିମେଳା ଅଞ୍ଚଳର ମୋଷ୍ଟୱାଣ୍ଟେଡ ମାଓନେତା ରଣଦେବ ଅନ୍ଯତମ । ସେ ଓଡିଶା ପୋଲିସର ମୋଷ୍ଟ ୱାଣ୍ଟେଡ୍ ରହି ଥିଲା ବେଳେ ତା’ ନାମରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରା ଯାଇଥିଲା । ରଣଦେବର ଶବକୁ ନେବା ପାଇଁ ସିଆରପିଏଫ ତରଫରୁ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଲା ପରେ ଆନ୍ଧ୍ର ପ୍ରଦେଶର ନରସିଂହପାଟଣାରୁ ବଡ ଭାଇ ନନ୍ଦା ମାଡି,ଶୁକ୍ରା ମାଡି,ଚିନା ମାଡି ଏବଂ ଭଣଜା ପଦିଆ ପଡିଆମି ଯାଇ ଶବକୁ ଆଣିଥିଲେ । ରଣଦେବର ଶବ ଟେକଗୁଡା ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ପରବର୍ତ୍ତୀ ସମୟରେ ଆଦିବାସୀ ପରମ୍ପରା ଅନୁସାରେ ଶବ ସଂସ୍କାର କରାଯାଇଥିଲା । ରଣଦେବ ୨୨ ବର୍ଷ ତଳେ ମାଓବାଦୀ ଚିନ୍ତାଧାରରେ ଆକର୍ଷିତ ହୋଇ ଘର ଛାଡି ମାଓ ସଂଗଠନରେ ସାମିଲ ହୋଇ ଥିଲା ।ଏହି ସମୟରେ ବହୁ ହତ୍ଯା,ବିସ୍ଫୋରଣ ଆଦି ହିଂସା କାଣ୍ଡରେ ସାମିଲ ରହିଥିଲା ।ସେ ହିଂସା କାଣ୍ଡ ଘଟାଇ ଚତୁରତା ସହ ଖସି ପଳାଇବାରେ ଧୁରନ୍ଦର ଥିଲା । ରଣଦେବର ଦେହନ୍ତରେ ମାଲକାନଗିରି-କୋରାପୁଟ ମାଓ ସଂଗଠକୁ ଶକ୍ତ ଧକ୍କା ଲାଗିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post