ମୋ ସ୍କୁଲ ଅଭିଯାନର ବୈଠକ ଅନୁଷ୍ଠିତ ।

0 255

ବାଲିଗୁଡା,୨୦/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ସରକାରୀ ପ୍ରକଳ୍ପ ଉ.ପ୍ରା ବିଦ୍ୟାଳୟ ପରିସରରେ “ମୋ ସ୍କୁଲ୍ ଅଭିଯାନ”ର ଏକ ବୈଠକ କୋଭିଡ୍ ନିୟମକୁ ପାଳନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୈସୁମୀ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା । ସହକାରୀ ଶିକ୍ଷୟିତ୍ରୀ ସସ୍ମିତା ପାଣିଗ୍ରାହୀ ସରକାରଙ୍କ ମୋ ସ୍କୁଲ ଅଭିଯାନର ଗାଇଡ୍ ଲାଇନ୍ ସମ୍ପର୍କରେ ଅବଗତ କରିବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଏବଂ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି କରଣରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ରାଜ୍ୟ ସରକାରଙ୍କ ଏହି ମୋ ସ୍କୁଲ ଅଭିଯାନ ଯୋଜନାକୁ କମିଟି ପକ୍ଷରୁ ସ୍ବାଗତ କରାଯାଇଛି । ଏହିପରିପ୍ରେକ୍ଷିରେ ମୋ ସ୍କୁଲ ଅଭିଯାନ ନାମରେ ଏକ ବ୍ୟାଙ୍କ୍ ସଞ୍ଚୟ ଖାତା ଖୋଲାଯାଇଛି । ଯାହାକି, ଏହାରି ମାଧ୍ୟମରେ ଆର୍ଥିକ ସାହାଯ୍ୟ ସହଯୋଗ କାମନା କରାଯାଇଛି । ମୋ ସ୍କୁଲ ଅଭିଯାନ ନିମନ୍ତେ ଯାହା କିଛି ଆର୍ଥିକ ସାହାଯ୍ୟ ଆସିବ ତାହା ସରକାରଙ୍କ ପାଖରେ ଡିପୋଜିଟ୍ ଦେଲେ ତାହାର ଦୁଇଗୁଣ ଅର୍ଥ ସରକାରଙ୍କ ଠାରୁ ଅନୁଦାନ ଆକାରରେ ମିଳିବ ଏବଂ ଏହାକୁ ସ୍କୁଲର ବିଭିନ୍ନ ଆନୁସାଙ୍ଗିକ ମଧ୍ୟରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇପାରିବ । ଏହି ବୈଠକରେ ସରପଞ୍ଚ ପଞ୍ଚୁ ପ୍ରଧାନ, ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ତଥା ପୁରାତନ ଛାତ୍ର ରାଜୁ ନାୟକ,ମୋ ସ୍କୁଲ ଅଭିଯାନ ସଭାପତି ବାଲ୍ମୀକି ପତି, ସ୍କୁଲ୍ ଆଲୁମିନି ଅନନ୍ତ ନାୟକ, ପୁରାତନ ଛାତ୍ର ରାଜେନ୍ଦ୍ର ପାଳ,ରଜତ କୁମାର ନାୟକ,ମିହିର କାନ୍ତ ମହାପାତ୍ର,ଏମ୍.ଜଗଦୀଶ ରାଓ,ସମିର ବେହେରା ,ଶିବରାମ ସାହୁ ଏବଂ ବିଦ୍ୟାଳୟର ସହ ଶିକ୍ଷୟିତ୍ରୀ ମଞ୍ଜୁଳା ପାଣ୍ଡେ, ଅମ୍ବିକା ପ୍ରଧାନ,ସୁଜାତା ପରିଜାଙ୍କ ସହ ଅନ୍ୟ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ । ପ୍ରଥମେ ବିଦ୍ୟାଳୟର ପୁରାତନ ଛାତ୍ର ରାଜେନ୍ଦ୍ର ପାଳ ମୋ ସ୍କୁଲ ଅଭିଯାନର ଉନ୍ନତି ନିମନ୍ତେ ୪୨୦୦ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ଅନ୍ୟ ମାନେ ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକ ଶେଷରେ ସହ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.