ଓହଳଠାରେ ବିଶ୍ୱ ପିତୃଦିବସ ପାଳିତ ”ପିତା ହିଁ ପ୍ରତ୍ୟେକ ପରିବାରର ମଝିଖୁଣ୍ଟ ” ।

0 236

ଜଗତସିଂହପୁର,୨୦/୦୬(ପିପିଟି);ଜଗତସିଂହପୁର ସଦରମହକୁମା ଓହଳ ଅନ୍ତର୍ଗତ ମା କରୁଣାମୟୀଙ୍କ ପ୍ରାଙ୍ଗଣରେ ବିଶ୍ୱ ପିତୃଦିବସ ପାଳିତ ହୋଇଯାଇଛି । ସମାଜସେବୀ ବଂଶୀଧର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ଅଧ୍ୟାପକ ହିମାଂଶୁ ଆଚର୍ଯ୍ୟ ଯୋଗଦେଇ ପିତୃଦିବସ ପାଳନର ତାର୍ପଯ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରି ପିତା ହିଁ ପ୍ରତ୍ୟେକ ପରିବାରର ମଝିଖୁଣ୍ଟ ବୋଲି କହି ପିଲାଙ୍କର ଭବିଷ୍ୟତ ଗଠନରେ ପିତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି ମତପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଓଡିଶୀ ନୃତ୍ୟଗୁରୁ ଦେବେନ୍ଦ୍ର ବେହେରା,ବନମାଳୀ ବିଶ୍ୱାଳ,ପ୍ରସନ୍ନ ରାଉତ, ସାମ୍ବାଦିକ ଦୁର୍ଯୋଧନ ମହାରଣା,ପ୍ରତାପ କୁମାର ସିଂହ, ଗୟାଧର ମହାରଣା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ଯେଉଁଠି ପିତା ସନ୍ତୁଷ୍ଟ ରୁହନ୍ତି ସେଠି ଭଗବାନ ସନ୍ତୁଷ୍ଟ ହୁଅନ୍ତି । ଏ କଥାକୁ ଆଜିର ଯୁବ ସମାଜ ଅନୁଭବ କରିବାର ସମୟ ଆସିଛି । ଶେଷରେ ଯୁବପ୍ରତିଭା ସୁଜିତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।(ରିପୋର୍ଟ ପ୍ରତାପ କୁମାର ସିଂହ)

Leave A Reply

Your email address will not be published.