ଭଞ୍ଜନଗର,୨୦/୦୬(ପିପିଟି); ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ଗାମୁଣ୍ଡି ଗ୍ରାମର ଗୁଡ଼ିଆ ସାହି ରେ ଗୋଟିଏ ଘରେ ସ୍ୱର୍ଗତ ଲଡ଼ୁ ସାହୁଙ୍କ ଝିଅ ଝୁନୁ ସାହୁ ରହୁଛନ୍ତି । ତାଙ୍କର ବୟସ ୪୦ ବର୍ଷ । ତାଙ୍କର ଜଣେ ଭାଇ ଅଛନ୍ତି କିନ୍ତୁ ସେ ଅନ୍ୟତ୍ର ଅଲଗା ରହୁଛନ୍ତି ଏବଂ ଭାଇର ଆର୍ଥିକ ଅବସ୍ଥା ଖରାପ ଥିବାରୁ ଭଉଣୀଙ୍କୁ ସାହାଯ୍ୟ କରିପାରୁନାହାନ୍ତି । ତେଣୁ ଝୁନୁ ସେହି ଘରେ ଏକୁଟିଆ ରୁହନ୍ତି । ଗରିବ ଘରେ ଜନ୍ମ ହୋଇଥିବାରୁ ଆର୍ଥିକ ଅଭାବ ହେତୁ ଅବିବାହିତ ଅଛନ୍ତି । ଆଗରୁ ଅନ୍ୟ ମାନଙ୍କ ଘରେ କାମ କରି କିଛି ଅର୍ଥ ରୋଜଗାର କରି ନିଜ ପେଟପାଟଣା କରୁଥିଲେ । କିନ୍ତୁ ଦୁର୍ଭାଗ୍ୟ ର ବିଷୟଯେ ଗତ ଦୁଇ ବର୍ଷ ହେଲା ସେ ଫାଇଲେରିଆ ରୋଗରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କର ଡାହାଣ ଗୋଡ଼ ଟି ଫୁଲି ଯାଇଛି ଏବଂ ସେ କୌଣସି ଜାଗାରେ ପଡିଯିବାରୁ ଗୋଡ଼ଟି ରେ ମାଡ଼ ବାଜି ଘା ହୋଇଯାଇଛି । ଯାହାର ବର୍ତ୍ତମାନ ଅସ୍ତ୍ରୋପଚାର କରିବାର ଆବଶ୍ୟକତା ରହିଛି । ସରକାରଙ୍କ ତରଫରୁ ତାଙ୍କୁ ରାସନ କାର୍ଡ ରେ ମାସକୁ ୫ କେଜି ଚାଉଳ ଏବଂ ୫୦୦ ଟଙ୍କା ଭତ୍ତା ମିଳୁଛି । ଯେଉଁଥିରେ ସେ ଚଳିବା କଷ୍ଟକର ଏବଂ ସାହି ପଡୋଶୀ ଙ୍କ ସାହାଯ୍ୟ କେତେବେଳେ ମିଳିଲେ ଖାଉଛନ୍ତି ନହେଲେ ଭୋକରେ ରହୁଛନ୍ତି । ପୂର୍ବରୁ ବିଭିନ୍ନ ଚିକିତ୍ସଳୟରେ ଝୁନୁଙ୍କର ଚିକିତ୍ସା କରାଯାଇଥିବା ବେଳେ ଗୋଡ଼ ର ଅସ୍ତ୍ରୋପଚାର ନିମନ୍ତେ ପ୍ରାୟ 6ଲକ୍ଷ ଟଙ୍କା ର ଆବଶ୍ୟକ ରହିଛି । ବର୍ତ୍ତମାନ ସମୟ ରେ ଏହି ଅର୍ଥକୁ ଯୋଗାଡ଼ କରିବାପାଇଁ ସେ ଅସମର୍ଥ । ଏଣୁ ଏପରି ଦୁଃଖଦ ସମୟରେ ଯଦି ସରକାରଙ୍କ ତରଫରୁ କିମ୍ବା କୌଣସି ସହୃଦୟ ବ୍ୟକ୍ତି ଙ୍କ ଠାରୁ ସାହାଯ୍ୟ ମିଳେ ତେବେ ଝୁନୁ ସାହୁଙ୍କ ଚିକିତ୍ସା କରାଯାଇପାରିବ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Prev Post