ଦିଗପହଣ୍ଡି – ବ୍ରହ୍ମପୁର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।

0 4,744

ବ୍ରହ୍ମପୁର,୧୯/୦୬(ପିପିଟି); ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର-ଦିଗପହଣ୍ଡି ଜାତୀୟ ରାଜପଥରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି କାର ମୁହାଁମୁହିଁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏଥିରେ ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଓଡି୦୭ଏଏଫ୬୩୩୨ ନମ୍ବର ବିଶିଷ୍ଟ ଏକ ସବୁଜ ରଙ୍ଗର କାରଟି ଅଡ଼ବାରୁ ଜଣେ ରୋଗୀଙ୍କୁ ନେଇ ବ୍ରହ୍ମପୁର ଯାଉଥିଲା । ଏତିକି ବେଳେ ବିପରିତ୍ତ ଦିଗରୁ ଆସୁଥିବା ଓଆର୦୨ ବିଭି ୩୪୩୬ ର ଏକ ଧଳା ରଙ୍ଗ ବିଶିଷ୍ଟ କାର୍ ସହ ମୁହାଁମୁହିଁ ଧକ୍କା ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ତେବେ ସବୁଜ ରଙ୍ଗର ଗାଡିଟି ରାସ୍ତା କଡ଼କୁ ଖସି ପଡିଥିବା ବେଳେ ଧଳା ରଙ୍ଗର କାରଟି ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା କଲଭର୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା । ଉଭୟ କାରରେ ଯାତ୍ରା କରୁଥିବା ଯାତ୍ରୀ ସୁରକ୍ଷିତ ଥିବା ବେଳେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.