ଯୁବ ବିଜେଡିର ରଜ ସଂକଳ୍ପ ହଟିବ ବାଲ୍ୟ ବିବାହ : ବିକଶିତ ସୁକିନ୍ଦା ହେବ ନିଶାମୁକ୍ତ ।

0 312

ଯାଜପୁର,୧୬/୦୬(ପିପିଟି) :ଉନ୍ନତିର ଶୀର୍ଷରେ ପହଞ୍ଚିବା ପାଇଁ ସୁକିନ୍ଦା-ଦାନଗଦୀର ସାମଗ୍ରିକ ବିକାଶ ହେବା ଜରୁରୀ। ତେବେ କେତେକ ସାମାଜିକ ବ୍ୟବସ୍ଥା,ଏସିଆ ମହାଦେଶର ଇସ୍ପାତ ଶିଳ୍ପର ରାଜଧାନୀ କଳିଙ୍ଗ ନଗରର ବିକାଶକୁ ପଛକୁ ଠେଲି ଦେଉଛି। ଯେମିତି ନଗଡ଼ା ବା ମାହନ୍ତ ସଂପ୍ରଦାୟରେ ଜାରି ରହିଥିବା ବାଲ୍ୟ ବିବାହ, ଅଥବା ଝିଅମାନଙ୍କ ଶିକ୍ଷାକୁ ଅଗ୍ରାଧିକାର ନମିଳିବା। ତେବେ କୁମାରୀ ଝିଅଙ୍କ ପର୍ବ ତଥା ପବିତ୍ର ରଜ ଉତ୍ସବରେ ନାରୀମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସୁକିନ୍ଦା-ଦାନଗଦୀର ଯୁବବର୍ଗ ନେଇଛନ୍ତି ଶପଥ। ବିଶ୍ୱ ସାଇକେଲ ଦିବସ(ଜୁନ ୩)ରୁ ଲଗାତର ୨ ସପ୍ତାହ, ସାଇକେଲେରେ ପ୍ରତ୍ୟେକ ଗାଁକୁ ଯାଇ ମାସ୍କ ବାଣ୍ଟିବା ସହ କରୋନା ସଂପର୍କରେ ସଚେତନ କରାଉଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଯୁବ ବିଜେଡି, ଏବେ ନାରୀ ସଶକ୍ତ କରଣ କରିବା ଦିଗରେ ଅଣ୍ଟା ଭିଡ଼ିଛନ୍ତି। ସାମାଜିକ ବ୍ୟାଧି ବ୍ୟବସ୍ଥାକୁ ଉଚ୍ଛେଦ କରିବା ତଥା ନିଶାମୁକ୍ତ ସମାଜ ଗଠନ ପାଇଁ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ ‘ସୁକିନ୍ଦା ଲିଡସ୍ ବ୍ୟାନର’ରେ ଯୁବକମାନେ ଶପଥ ନେଇଛନ୍ତି । କରୋନା ସଂକ୍ରମିତ ସନ୍ଧିଗ୍ଧ ମଙ୍ଗରାଜପୁରର ସାବିତ୍ରୀ ସ୍ୱାଇଁଙ୍କ ଶବଦାହ କରି ସୁକିନ୍ଦାର ନରେନ୍ଦ୍ର ନାୟକ ଏବଂ ତାଙ୍କର ୪ ସାଥି ଉଦାହାରଣ ସୃଷ୍ଟି କରିଛନ୍ତି। ବାତ୍ୟା ୟସ ସମୟରେ ଏ ଅଞ୍ଚଳର ଯୁବକ-ଛାତ୍ରମାନେ ବିପଦରେ ପଡିବାକୁ ଯାଉଥିବା ଲୋକଙ୍କୁ ସାହାଯ୍ୟ କରିଥିଲେ । ସେହି ସେବା କରିବାର ଆନ୍ତରିକତା ଭାବକୁ ଜାଗରଣ ରୂପେ ଗଢ଼ି ତୋଳିବା ପାଇଁ ବିଧାୟକ ଘଡ଼ାଇଙ୍କ ଦାନଗଦି ବାସଭବନରେ ନିଷ୍ପତ୍ତି ହୋଇଛି । ରତ୍ନଗର୍ଭା ସୁକିନ୍ଦାକୁ ବିପଥଗାମୀ କରିବା ଲାଗି କିଛି ଅସାଧୁ ନିଶାବେପାରୀ ଉଦ୍ୟମ କରୁଛନ୍ତି । ଦିନକୁ ଦିନ ସୁକିନ୍ଦା-ଦାନଗଦୀରେ ଗଞ୍ଚେଇ ମାଫିଆଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି। ଏ ଅଞ୍ଚଳର ଯୁବକଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ସେହି ନିଶା ବେପାରୀଙ୍କ ବିରୋଧରେ ଲଢ଼େଇ କରିବାକୁ ଯୁବ ବିଜେଡିର କର୍ମକର୍ତ୍ତା ନେଇଛନ୍ତି ବଜ୍ର ଶପଥ। ସେହିପରି ପରପିଢ଼ୀ ପାଇଁ ଖଣିଜ ସଂପଦକୁ ବଞ୍ଚାଇ ରଖିବା ସହ ପରିବେଶକୁ ସୁରକ୍ଷିତ କରିବା ଦିଗରେ ବୃକ୍ଷରୋପଣକୁ ମିଶନ ଭାବେ ଗ୍ରହଣ କରିଛି । ସେଥିପାଇଁ ଗାଁ ଗାଁରେ ଖାଲି ପଡ଼ିଥିବା ଜଙ୍ଗଲ ଜମିରେ ଗଛ ଲଗାଇ ଦାନଗଦୀ ଏବଂ ସୁକିନ୍ଦାକୁ ସବୁଜିମାରେ ଭରିଦେବାକୁ ଶେଷ ରଜରେ ନିଷ୍ପତ୍ତି ନେଇଛି ଯୁବ ବିଜୁ ଜନତା ଦଳ ।

Leave A Reply

Your email address will not be published.