କୋଭିଡ୍ ସଚେତନତା ରାଲି, ଆଶାଙ୍କ ନିଆରା ପ୍ରୟାସ ।

0 258

କୋଦଳା,୧୪/୦୬(ପିପିଟି); ମହାମାରୀ କୋଭିଡ ସମୟରେ ଅନେକ ଲୋକମାନଙ୍କ ମାନସିକତାକୁ ପରିବର୍ତ୍ତନ ସହ ସରକାରଙ୍କ କରୋନା ନିୟମ ମାନିବା ପାଇଁ ଆଶା ଦିଦି ମାନଙ୍କ ନିଆରା ପ୍ରୟାସ ମାଧ୍ୟମରେ ଗ୍ରାମର ଶିଶୁ ଠାରୁ ଆରମ୍ଭ କରି ବୟସ୍କ ପାଇଁ ସଚେତନତା ବାର୍ତ୍ତା ପହଞ୍ଚାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ପାଞ୍ଚସୁତ୍ରୀ ନିୟମ ହେଉ ବା ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ଗ୍ରାମ ରେ ଗାଁ କଲ୍ୟାଣ ସମିତି ମାଧ୍ୟମରେ ବା ଆଶା, ଅଙ୍ଗନୱାଡି କର୍ମୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନୱାଡି ହେଲପର ମାଧ୍ୟମରେ ଘର ଘର ବୁଲି ସଚେତନତା କରାଯାଇଛି । ହେଲେ କିଛି ଲୋକମାନେ ଏହାକୁ ସହଜରେ ନମାନିବା କାରଣ ରୁ ଗାଁ କଲ୍ୟାଣ ସମିତି ଦ୍ୱାରା ଗାଁ ଗାଁ ରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି. ସାମ୍ପ୍ରତିକ ପରିସ୍ଥିତି ରେ ୪୫ ବର୍ଷ ରୁ ଉର୍ଦ୍ଧ୍ବ ଗ୍ରାମର ସମସ୍ତ ବୟସ୍କ ଲୋକ ମାନେ ଯେଭଳି ଟୀକା ନେବେ, ଶିଶୁ ମାନଙ୍କର ଆକ୍ସି ମିଟର ଯାଞ୍ଚ, ଥର୍ମାଲ ସ୍କ୍ରିନିଙ୍ଗ , ଗର୍ଭବତୀ ମାନଙ୍କ ହିମୋଗ୍ଲୋବିନ ଯାଞ୍ଚ, ଆଇରନ ବଟିକା ପ୍ରଦାନ ସାଙ୍ଗକୁ ଆସୁଥିବା ବର୍ଷା ଋତୁ ସମୟରେ ମଶାରୀ ଟାଣି ଶୋଇବା, ମାସ୍କ ବ୍ୟବହାର, ଜ୍ୱର, କାଶ, ହଇଜା ରୋଗ ନ ବ୍ୟାପିବା ସକାଶେ କୁକୁଡାଖଣ୍ଡି, ରଘୁନାଥ ପୁର, ଜଗଦଳପୁର, ଗୁରୁଣ୍ଠି,ଗ୍ରାମରେ ଗାଁ କଲ୍ୟାଣ ସମିତି ମାଧ୍ୟମରେ ଆଶା କର୍ମୀ ପ୍ରତିମା ଦାସ, ସୁକାନ୍ତି ପାତ୍ର, ସୁକାନ୍ତି ଡାକୁଆ, ସବିତା ପାତ୍ର, ପି.ଲଷ୍ମୀ,ଝୁନୁ ପାଢୀ ଅଙ୍ଗନବାଡି କର୍ମୀ ଲିନା ଦେବୀ, ମହିଳା ସ୍ୱାସ୍ଥ୍ୟ କର୍ମୀ କେ. କ୍ରିଷ୍ଣାକୁମାରୀ, ପ୍ରତିମା ପାତ୍ର, ପ୍ରମୁଖ ସଚେତନତା କାର୍ଯ୍ୟକ୍ରମ କରାଇଥିଲେ । କୁକୁଡାଖଣ୍ଡି ଗ୍ରାମରେ ଦୁଇ ଜଣ ଆଶା ଦିଦି ସମ୍ବଲପୁରୀ ନୃତ୍ୟ କରି କରୋନାର ଭୟାବହତା ଉପରେ ଗ୍ରାମ ବାସୀଙ୍କୁ ସଚେତନତା କରିଥିବା ବେଳେ ରଘୁନାଥ ପୁର ଜି. କେ ଏସ ତରଫରୁ ଆଶା ଅଙ୍ଗନବାଡି ଦ୍ୱାରା ଏକ ପ୍ରଥପ୍ରାନ୍ତ ନାଟକ ଦ୍ୱାରା ଶିଶୁ ମାନଙ୍କୁ କିଭଳି କରୋନା ଆକ୍ରାନ୍ତ ନହେବା ପାଇଁ ପରାମର୍ଶ ଦିଆଯାଇଥିଲା । ସେହିଭଳି ଜଗଦଳପୁର ଓ ଗୁରୁଣ୍ଠି ଗ୍ରାମର ଗ୍ରାମ କଲ୍ୟାଣ ସମିତି ପକ୍ଷରୁ ରାଲି ର ଆୟୋଜନ କରାଯାଇ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକ ଶତ ପ୍ରତିଶତ ଯେଭଳି କରୋନା ଟୀକାକୁ ଗ୍ରହଣ କରିବେ ଓ ତୃତୀୟ ଲହର ଯେଭଳି ଗ୍ରାମକୁ ଛୁଇଁବ ନାହିଁ ସେଥିପାଇଁ ସଚେତନତା କରାଯାଇଛି । ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲା ଓ ବ୍ଲକପ୍ରଶାସନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।

(ରିପୋର୍ଟ – ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.