ନକଲି ପାଣି ବୋତଲ ଓ ମୃଦୁ ପାନୀୟ ଜଳ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ , ୨୦ ଲକ୍ଷରୁ ଉର୍ଦ୍ଧ୍ବ ସାମଗ୍ରୀ ଉପକରଣ ଓ ମେସିନ ଜବତ ସହ ଜଣେ ଅଭିଯୁକ୍ତ ଗିରଫ ଗିରଫ ।

0 3,089

ସାନଖେମୁଣ୍ଡି,୧୪/୦୬(ପିପିଟି);ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ବେଆଇନ ଭାବେ ଖୋଲାଯାଇଥିବା ନକଲି ଫ୍ୟାକ୍ଟ୍ରି ଗୁଡିକରେ ପାଟପୁର ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ାଉ କରାଯାଇ ମାଲିକ ମାନଙ୍କୁ ଗିରଫ କରାଯାଉଥିବା ଜଣାପଡିଛି । ଗତ ଗୁରୁବାର ଦିନ ଏକ ନକଲି ଗୁଟଖା କାରଖାନା ଉପରେ ଚଢ଼ାଉ କରାଯାଇ ପୋଡାମାରୀର ୨ ଭାଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ରବିବାର ମଧ୍ୟାହ୍ନରେ ପୁଣିଥରେ ସ୍ଥାନୀୟ ପୋଲିସ ପକ୍ଷରୁ ପାଟପୁର ଥାନା ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମର ଏକ ଘର ଭିତରେ ଚାଲିଥିବା ନକଲି ପାଣି ବୋତଲ, ମୃଦୁ ପାନୀୟ ଜଳ ସମେତ କୁରକୁରେ ପ୍ରସ୍ତୁତି କାରଖାନା ଉପରେ ଅତର୍କିତ ଚଢାଉ କରାଯାଇ ଜଣକୁ ଗିରଫ କରାଯାଇଥିବା ଜଣାପଡ଼ିଛି । ଚଢ଼ାଉ ବେଳେ ପୋଲିସ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ପ୍ରସ୍ତୁତି ଉପକରଣ କଞ୍ଚାମାଲ ଓ ମେସିନ ଗୁଡ଼ିକ ଜବତ କରିଥିବା ବେଳେ ଆଶିଷ କୁମାର ମଣ୍ଡଳ ନାମକ ବେପାରୀକୁ ଗିରଫ କରି କୋର୍ଟଚାଲାଣ କରିଥିବା ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଖବରନୁଯାୟୀ , ଆଶିଷ ଖଣ୍ଡଦେଉଳି ଗ୍ରାମର ଏକ ଘର ଭିତରେ ୬ ମାସରୁ ଊର୍ଦ୍ଧ୍ୱ ଦିନ ଧରି ବେଆଇନ ଭାବେ ଛୋଟ ଶିଶୁ ଓ ଲୋକମାନଙ୍କ ଜୀବନ ସହ ଖେଳି କେମିକାଲ ମିଶ୍ରିତ ନକଲି ପାନୀୟ ଜଳ ବୋତଲ , ମୃଦୁ ପାନୀୟ ଜଳ ଓ କୁରୁକୁରେ ପ୍ରସ୍ତୁତ କରି ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ନିଜର ବେପାର କରିଚାଲିଥିଲେ । ତେବେ ପାଟପୁର ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇ ରବିବାର ଦିନ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ୍ ଉକ୍ତ ନକଲି ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲା । ଏହି ଚଢାଉ ପରେ ପୋଲିସ ଘର ଭିତର ବିଭିନ୍ନ କୋଣରୁ ଅନୁସନ୍ଧାନ କରିବା ପରେ ୯୮୦ ଗୋଟି ଆକ୍ବା ବ୍ଳୁ ପାଣି ବୋତଲ , ୮୦୦ ରୁ ଉର୍ଦ୍ଧ୍ବ ବିଭିନ୍ନ କମ୍ପାନୀର ମୃଦୁ ପାନୀୟ ବୋତଲ , ପ୍ଳାଷ୍ଟିକ ବୋତଲ, ହୋଲଗ୍ରାମ,ଚିପ୍ସ ସମେତ ପ୍ରସ୍ତୁତ ନିମନ୍ତେ ସ୍ଥଗିତ ରଖାଯାଇଥିବା କଞ୍ଚାମାଲ ଓ ଅକ୍ସିଜେନ ସିଲିଣ୍ଡର , ୱାଟର ଫିଲଟର ସିଲିଣ୍ଡର ଭଳି ବହୁ ସାମଗ୍ରୀ ଜବତ କରିଥିଲା ପାଟପୁର ପୋଲିସ । ଏନେଇ ଆଜି ପୂର୍ବାହ୍ନରେ ପାଟପୁର ଥାନା ଅଧିକାରୀ ଶ୍ରୀ ମଲ୍ଲଙ୍କ ନେତୃତ୍ୱରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାଟପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର , ଆସିକା ଏସଡିପିଓ ଉମାଶଙ୍କର ସିଂଙ୍କ ଉପସ୍ଥିତିରେ ଅଭିଯୁକ୍ତ ଆଶିଷ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଥାନା କେଶ୍ ନଂ ୧୯୦/୨୧ ଦଫା ୪୨୦/୨୭୨/ ୨୭୩/୪୬୮/୪୮୩/ଆଇପିସି/ ଆର୍/ଡାବ୍ଳୁ ସେକସନ ୫୧/୫୨/୫୬/୫୭ ଅନୁସାରେ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ପ୍ରଦାନ କରିଛନ୍ତି । ତେବେ ଜବତ ପାଣି ବୋତଲ ଓ ମୃଦୁ ପାନୀୟ ଜଳକୁ ଖାଦ୍ୟ ସୁରକ୍ଷା ବିଭାଗକୁ ଏହାର ପରୀକ୍ଷଣ ନିମନ୍ତେ ପଠାଯାଇଥିବା ଜଣାପଡିଛି । ଏହି ବାବଦରେ ଅଭିଯୁକ୍ତ ଆଶିଷ ପ୍ରସ୍ତୁତ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଉପକରଣ ବ୍ରହ୍ମପୁରରୁ ଆଣି ଏହି ବେପାର ଚଳାଇଥିବା ସ୍ବୀକାର କରିଛି ।

(ରିପୋର୍ଟ – ଆରତ କୁମାର ହୋତା। )

Leave A Reply

Your email address will not be published.