ଫର୍ମାସିଷ୍ଟମାନେ ପରିଧାନ କଲେ କଳା ବ୍ଯାଜ୍ ।

0 219

ମାଲକାନଗିରି,ତା:୧୧/୦୬(ପିପିଟି);ଫର୍ମାସିଷ୍ଟମାନଙ୍କ ପ୍ରତି ରାଜ୍ଯ ସରକାରଙ୍କ କ୍ରମାଗତ ଭାବରେ ଅଣଦେଖା କରିବା ପ୍ରତିବାଦରେ ରାଜ୍ଯ ଫର୍ମାସିଷ୍ଟ ସଙ୍ଘର ଆହ୍ବାନ କ୍ରମେ ଗତ ଗୁରୁବାର ଠାରୁ ରାଜ୍ଯବ୍ଯାପି ସମସ୍ତ ଜିଲ୍ଲାରେ କାର୍ଯ୍ଯରତ ଫର୍ମାସିଷ୍ଟମାନେ କଳା ବ୍ଯାଜ୍ ଧାରଣ କରିଛନ୍ତି । ସେହି ପରି ମାଲକାନଗିରି ଜିଲ୍ଲାରେ ୮୦ ଜଣ ଫର୍ମାସିଷ୍ଟ ବିଭିନ୍ନ ହସ୍ପିଟାଲରେ କାର୍ଯ୍ଯ କରୁଥିବା ବେଳେ ସମସ୍ତେ କଳା ବ୍ଯାଜ ପରିଧାନ କରି ନିଜ ନିଜର ଦାୟିତ୍ବ ନିର୍ବାହ କରୁଥିବା ଆଜି ଦେଖିବାକୁ ମିଳିଛି । ଆଗାମୀ ୨୦ ତାରିଖ ସୁଦ୍ଧା ସରକାର ସେମାନଙ୍କ ଦାବି ରୂରଣ ନକଲେ ସେମାନେ କେବଳ ଔଷଧ ବିତରଣ କରିବା ଛଡା ଅନ୍ଯ ସମସ୍ତ କାର୍ଯ୍ଯକୁ ବିରତ ରହିବେ ବୋଲି ସରକାରଙ୍କୁ ଚେତାବନି ଦେଇଛନ୍ତି ।ସେମାନଙ୍କ ଦାବିଗୁଡିକ ହେଲା କୋଭିଡରେ ଜୀବନ ହରାଉଥିବା ଫର୍ମାସିଷ୍ଟଙ୍କ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ,ଖାଲି ପଡିଥିବା ଫର୍ମାସିଷ୍ଟ ପଦବୀଗୁଡିକୁ ତୁରନ୍ତ ପୂରଣ କରିବା,ଦରମା ପ୍ରଦାନ କ୍ଷେତ୍ରରେ ଥିବା ତାରତମ୍ଯକୁ ଯଥା ଶୀଘ୍ର ପରିମାର୍ଜିତ କରିବା, ଯୋଗ୍ଯ ବିବେଚିତ ଫର୍ମାସିଷ୍ଟମାନଙ୍କୁ ପଦୋନ୍ନତି ଦେବା ।ମାଲକାନଗିରି ଜିଲ୍ଲ ଫର୍ମାସିଷ୍ଟ ସଂଘର ସଭାପତି ସତବୀର ସିଂ,ଉପ ସଭାପତି ମଦନ ପାଢୀ ଓ ସାଧାରଣ ସଂପାଦକ ଅଶୋକ ସାହୁ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.