ଚିକିତ୍ସା ପାଇଁ ଭିଡ଼ ଦେଖି ସାଧୁଙ୍କୁ ଉଠାଇଲା ପୋଲିସ ।

0 339

ଭଞ୍ଜନଗର,୧୧/୦୬(ପିପିଟି); ଗତ ୩ଦିନ ହେବ ଭଞ୍ଜନଗର ନିକଟ କୁଲାଡ଼ ଗ୍ରାମ ମୁଖ୍ୟ ରାସ୍ତାରେ ଜଣେ ପକ୍ଷାଘାତ ରୋଗୀଙ୍କୁ ତାଙ୍କ ପତ୍ନୀ ହାତ ଧରି ଚଲାଇ ଚଲାଇ ନେଉଥିବା ବେଳେ ବିପରୀତ ଦିଗରୁ ଏକ ମାଲ ବୋଝେଇ ଟ୍ରକ ଆସୁଥିଲା। ଟ୍ରକ ଚାଳକ ପଞ୍ଜାବ ଅମୃତସର ବେନିଆ ଗ୍ରାମର ପୁରନ ସିଂ ଉକ୍ତ ଦମ୍ପତିଙ୍କୁ ଦେଖି ରାସ୍ତା କଡରେ ଟ୍ରକ ରଖି କଣ ହୋଇଛି ବୋଲି ପଚାରି ବୁଝିଥିଲେ। ତାପରେ ସେ ଟ୍ରକରୁ ଓହ୍ଲାଇ ସେହି ପକ୍ଷାଘାତ ରୋଗୀଙ୍କୁ ଚିକିତ୍ସା କରିବା ପରେ ସେ ସୁସ୍ଥ ହୋଇ ଚଳ ପ୍ରଚଳ କରିଥିଲେ। ଏହି ଖବର ପ୍ରଚାରିତ ହେବା ଫଳରେ ଆଖପାଖ ଅଞ୍ଚଳର ବହୁ ଲୋକ ବିଭିନ୍ନ ରୋଗର ଉପଚାର ପାଇଁ ଉକ୍ତ ଟ୍ରକ ଚାଳକ ନିକଟରେ ଭିଡ଼ ଜମେଇଥିଲେ। ଏହାପରେ କୁଲାଡ଼ ନିକଟ ପେଟା ପଲି ଗ୍ରାମର କୋଠ ଘରେ ହଜାର ହଜାର ସଂଖ୍ୟକ ଲୋକ ଆସି ବହୁ ପୁରୁଣା ରୋଗରୁ ମୁକ୍ତ ହୋଇଥିବା ଜଣାପଡିଛି। ସେ ଜଣେ ସରଳ ଓ ଧର୍ମପ୍ରାଣ,ସାଧୁ ସ୍ୱଭାବର ବ୍ୟକ୍ତି ହୋଇଥିବାରୁ ବିନା ମୂଲ୍ୟରେ ୩ଦିନ ଧରି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଥିଲେ। ବର୍ତ୍ତମାନ କୋଭିଡ଼ କଟକଣା ସମୟରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭଞ୍ଜନଗର ପୋଲିସ ସେଠାରେ ପହଞ୍ଚି ଉକ୍ତ ସାଧୁଙ୍କୁ ଥାନାକୁ ଉଠାଇ ଆଣିଥିଲା।କିଛି ସମୟ ଥାନାରେ ଅଟକ ରଖି ପୋଲିସ ସେଠାରେ ଆଉ ଭିଡ଼ ନକରିବା ପାଇଁ ତାଗିଦ କରି ଉକ୍ତ ସାଧୁଙ୍କୁ ଛାଡ଼ି ଦେଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.