ବିଷାକ୍ତ ସର୍ପ ଦଂଶନ ରେ ଯୁବକ ମୃତ ।

0 330

କୋଦଳା,୦୯/୦୬(ପିପିଟି);ବିଷାକ୍ତ ସର୍ପ ଦଂଶନ ରେ ଜଣେ ମୃତ ହୋଇଥିବା ନେଇ କୋଦଳା ଥାନରେ ଏତଲା ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବ୍ଲକ କାଳିମେଘି ପଞ୍ଚାୟତ ବାଇଦିପଡା ଗ୍ରାମର ଉଛବ ଶବରଙ୍କ ପୁତ୍ର ସନ୍ତୋଷ ଶବର (୨୫)ରାତିରେ ଖାଇସାରି ନିଜ ଘର ବାରଣ୍ଡା ରେ ଶୋଇଥିବା ବେଳେ ଭୋର ୩ ଘଣ୍ଟା ସମୟ ରେ ଏକ ବିଷାକ୍ତ ସର୍ପ ଦଂଶନ କରିଥିବା ବେଳେ ସନ୍ତୋଷ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଘରଲୋକେ ଆସି ଦେଖିବା ସହିତ ସଙ୍ଗେ ସଙ୍ଗେ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚାଇ ଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପରେ ପରିବାର ଲୋକେ କୋଦଳା ଥାନାରେ ଏକ ଲିଖିତ ଏତଲା ଦେବାପରେ କୋଦଳା ପୋଲିସ ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ମୃତ ସନ୍ତୋଷ ଆଦିବାସୀ ଏବଂ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)

Leave A Reply

Your email address will not be published.