ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ଆୟୋଜିତ ।

0 0

ପୋଲସରା ,୨୮/୦୮(ପିପିଟି) : ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ ପକ୍ଷରୁ ଏକ ଆଇନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ ଭଗବାନ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଲସରା କୋର୍ଟର ବରିଷ୍ଠ ଆଇନଜିଵୀ ତଥା ମହାବିଦ୍ୟାଳୟର ଆଇନ ପରାମର୍ଶଦାତା ଶରତ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ପୋଲସରା ଥାନା ପକ୍ଷରୁ ଏଏସଆଇ କଳ୍ପନା ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ | ଏହି ଅବସରରେ ମୁଖ୍ୟ ଅତିଥି ଛାତ୍ରୀମାନଙ୍କୁ ଆଇନ ସଚେତନତା, ସୋସିଆଲ ମିଡ଼ିଆର କୁପ୍ରଭାବ, ସୁରକ୍ଷା ସମ୍ପର୍କିତ ବକ୍ତବ୍ୟ ଜରିଆରେ ସଚେତନ କରାଇଥିଲେ।ସମ୍ମାନିତ ଅତିଥି ପ୍ରଧାନ ପୋଲିସର ଦାୟିତ୍ୱ କର୍ତ୍ତବ୍ୟ, ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରାଥମିକତା ଦେଇଥିଲେ |ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯିବାସହ ଗଣତନ୍ତ୍ରର ଚତୁର୍ଥ ସମ୍ଭର ସୁରକ୍ଷାରେ ବ୍ରତୀ ଥିବା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା | ପରେ ସମ୍ବର୍ଦ୍ଧିତ ସାମ୍ୱାଦିକ ଅନୁଷ୍ଠାନ ତରଫରୁ ଗଣମାଧ୍ୟମ ପ୍ରତିନିଧି ହିସାବରେ ସମ୍ବର୍ଦ୍ଧନା ଦିଆଯାଇଥିବାକୁ ନେଇ ଅନୁଷ୍ଠାନ ଉତ୍ତରୋତ୍ତର ଏବଂ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ ଶୁଭକାମନା କରିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପକ ଡ଼ଃ ବିରଞ୍ଚି ନାରାୟଣ ରଥ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ଛାତ୍ରୀମାନଙ୍କ ମଧ୍ୟରୁ ରଚିତା କୁମାରୀ ସାହୁ, ସ୍ମୃତି ମହାପାତ୍ର ନିଜର ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ଶକ୍ତିଶ୍ରୀ ସେଲର ଲେଫ୍ଟନାଣ୍ଟ ବିନତା କୁମାରୀ ଦାଶ ପରିଚାଳନା କରିଥିବାବେଳେ ସହ ସଂଯୋଜିକା ଅଧ୍ୟାପିକା ସୋନାଲି ସାହୁ ମଞ୍ଚାସୀନ ଥିଲେ।ଏଥିରେ ଅଧ୍ୟାପିକା ଡ଼ଃ ରୋଜିତା ମିଶ୍ର, ପିଙ୍କି ପ୍ରଧାନ, ସୁମିତା ରାଉତ, ମମତା ରାଣୀ ପ୍ରଧାନ, ଡେମୋନଷ୍ଟ୍ରେଟର ସୁଜ୍ଞାନୀ କୁମାରୀ ସାହୁ ଅଧ୍ୟାପକ ଉଷା ରଞ୍ଜନ ଦାଶ,ଡ଼ଃ ସୁଦାମ ସେଠୀ, ଅମିତ କୁମାର ସାହୁ, ଆକାଶ କୁମାର ଜେନା, ଶ୍ରୀକାନ୍ତ ପ୍ରଧାନ,ପିଇଟି ଦୀପକ କୁମାର ସ୍ୱାଇଁ, ଅଣଶିକ୍ଷକ କର୍ମଚାରୀ ନିକୁଞ୍ଜ କୁମାର ସାହୁ, ଗୀତାଞ୍ଜଳି ପତି, ମନାସ ବେହେରା ପ୍ରମୁଖ ବିଶେଷ ସହଯୋଗ କରିଥିଲେ। ଶେଷରେ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ | ପରିଶେଷରେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଜନ ଗଣ ମନ ସଙ୍ଗୀତ ଗାନ କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.