ମାଲକାନଗିରି,ତା:୦୮/୦୬(ପିପିଟି);ଆଜି ମାଲକାନଗିରି ପୌରାଞ୍ଚଳର ବୁଟିଗୁଡା ସ୍କୁଲ ପ୍ରକୋଷ୍ଠରେ ମାଲକାନଗିରି ଜିଲ୍ଲାପାଳ ୱାଇ ବିଜୟଙ୍କ ଦ୍ବାରା କରୋନା ଟିକା କେନ୍ଦ୍ରକୁ ଉଦ୍ଘାଟନ କରାଯାଇଛି । ଏହି କରୋନା ଟିକା ୧୮ ରୁ ୪୪ ବର୍ଷ ବୟସର ବ୍ଯକ୍ତିମାନଙ୍କୁ ଦିଆ ଯିବ । ଏଥିପାଇଁ ବିବିଗୁଡା,ଏକ୍ସ ବୋର୍ଡ ସ୍କୁଲ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ଯଳୟ ଠାରେ ଟିକାକରଣ କେନ୍ଦ୍ର ଖୋଲା ଯାଇଛି । ଏହି ଟିକାକରଣ ଆଜି ଏବଂ ଆସନ୍ତା କାଲି ଅର୍ଥାତ ୨ ଦିନ ପର୍ଯ୍ଯନ୍ତ ଖୋଲା ରହିବ । ଯେଉଁମାନେ ଟିକା ନେବାକୁ ଇଛୁକ ସେମାନେ ମୋବାଇଲରେ କୋଇନ୍ ଆର୍ କୁ ଡାଉନ୍ ଲୋଡ୍ କରି ନାମ ପଞ୍ଜୀକରଣ କରିପାରିବେ । ପ୍ରଥମ ପର୍ଯ୍ଯାୟରେ ୨୫୦୦ ଡୋଜ୍ ଟିକା ମାଲକାନଗିରି ଜିଲ୍ଲାକୁ ଆସିଛି । ପରବର୍ତ୍ତୀ ସମୟରେ ଅଧିକା ଡୋଜ୍ ଆସିଲେ ଅନ୍ଯାନ୍ଯ ଗ୍ରାମାଞ୍ଚଳରେ ମଧ୍ଯ ଟିକାକରଣ କରାଯିବ ବୋଲି କୁହାଯାଇଛି । ଏହି ଉଦ୍ଘାଟନ କାର୍ଯ୍ଯକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ପ୍ରଫୁଲ କୁମାର ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)