କୋଦଳା,୦୮/୦୬(ପିପିଟି) : ମଙ୍ଗଳବାର ସକାଳୁ ସକାଳୁ କୋଦଳା ଏନ୍ଏସି ଲୁହାଶଙ୍ଖ ବାଲି ଢ଼ାବା ନିକଟରେ ଏକ ମୋଟରସାଇକଲ ସହିତ ଏକ କାର ର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇଜଣ ଗୁରୁତର ଆହାତ ହୋଇ ବ୍ରହ୍ମପୁର ମେଡିକାଲ ରେ ଚିକିଛିତ ହେଉଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବେଗୁନିଆପଡା ବି.ନୂଆପଲି ଗ୍ରାମର ଅଶୋକ ନାୟକ ଓ ଜ୍ୟୋସ୍ନା ନାୟକ ନିଜର ମୋଟରସାଇକଲ ଯୋଗେ ବାରସର ଅଭିମୁଖେ ଯାଉଥିବା ସମୟରେ ସମ୍ମୁଖ ରାସ୍ତାରୁ ଖଲ୍ଲିକୋଟ ଯାଉଥିବା କାର ସହ ଧକ୍କା ହୋଇଥିଲା ।ମୋଟରସାଇକଲ ଆରୋହୀ ସେଠାରେ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ ୧୦୮ ଆମ୍ବୁଲାନସ ଡାକି କୋଦଳା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତିକରିଥିଲେ କିନ୍ତୁ ଦୁହିଁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଦୁର୍ଘଟଣାରେ ଅଶୋକ ର ଡାହାଣ ଗୋଡ ଭାଙ୍ଗି ଯାଇଥିବାବେଳେ , ଜ୍ୟୋଷ୍ଣାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଁଚି ଦୁଇଟି ଗାଡି ଜବତ କରିବା ସହ ପ୍ରାଥମିକ ତଦନ୍ତ ଜାରୀ ରଖିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)