ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା ପାଇଁ ଶୁଭ ଦେଲେ କବିସୂର୍ଯ୍ୟନଗର ବିଧାୟିକା ।

0 412

କୋଦଳା,୦୭/୦୬(ପିପିଟି); ଗାଈଙ୍କ ପାଇଁ ହଷ୍ଟେଲ । ମଣିଷଙ୍କ ପରି ପକ୍କା ଘରେ ରହିବେ ଗୋରୁ ଗାଈ । ଆମେ ଯେମିତି ଘରେ ରହୁଛୁ ଗାଈ ଗୋରୁ ବି ଘରେ ରହିବେ । ସେମାନେ ଏଣେ ତେଣେ ସୋଇବେନି କି ଖରା ବର୍ଷାରେ ବୁଲିବେନି। ସୁରକ୍ଷିତ ରହିବେ ହଷ୍ଟେଲ ଭିତରେ ।ପଶୁଙ୍କ ପାଇଁ ହଷ୍ଟେଲ କଥାଟା ଟିକେ ରୋଚକ ଲାଗୁଥିଲେ ବି ଗାଈ ଗୋରୁଙ୍କ ସେବା ପାଇଁ ଗାଁ ଲୋକଙ୍କ ଆଗ୍ରହ ପାଇଁ କବିସୂର୍ଯ୍ୟନଗର ବିଧାୟିକାଙ୍କ ଉଦ୍ୟମରେ ଚନ୍ଦନପୁର ପଞ୍ଚାୟତରେ ନିର୍ମାଣ ହେବାକୁ ଯାଉଛୁ ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା । ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୁଆଁମାଲ ଠାରେ ଏକ ଶହେ ଶଯ୍ୟା ବିଶିଷ୍ଟ ଆଦର୍ଶ ଗୋଶାଳା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏଭଳି ଏକ ଗୋଶାଳା ନିର୍ମାଣ ହେଲେ ମଣିଷ ଓ ପଶୁଙ୍କ ଭିତରେ ସମ୍ପର୍କ ସୁଦୃଢ ହେବା ସହ ଗାଈ ମାନେ ସୁରକ୍ଷିତ ରହିପାରିବେ କହିଛନ୍ତି ବିଧାୟିକା । ଆଜିର ଏହି ଭିତ୍ତି ପ୍ରସ୍ତର ସ୍ଥାପନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ବେଦବର ପ୍ରଧାନ,ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ,ବିଜୁ ଶ୍ରମିକ ସାମୁଖ୍ୟ ଉପ ସଭାପତି ବିଜୟ କୁମାର ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ମଧୂସୁଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ-ସୂର୍ଯ୍ୟ ନାରାୟଣ ବଡୁ ।

Leave A Reply

Your email address will not be published.