ମୁଖ୍ୟମନ୍ତ୍ରୀଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର ।

0 157

ଭଞ୍ଜନଗର,୦୭/୦୬(ପିପିଟି), ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ଯ ହୋଇଥିବା ବେଳେ ବିଭିନ୍ନ କାରଣରୁ କିନ୍ତୁ କୃଷକଙ୍କମାନେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । କେତେବେଳେ ମଣ୍ଡିରେ ଧାନ ବିକ୍ରି କରି ନପାରି ଖୋଲା ବଜାରରେ ଅଭାବୀ ବିକ୍ରି କରୁଛନ୍ତି ତ କେତେ ବେଳେ ପ୍ରାକୃତିକ ବିପର୍ଯ୍ୟୟରେ ନିଜର ସର୍ବସ୍ୱ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହିଭଳି ପରିସ୍ଥିତିରେ ବିଜେପି କୃଷକ ମୋର୍ଚ୍ଚା କୃଷକଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡ଼ିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ରରେ ରବି ଋତୁରେ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ରେଜିଷ୍ଟ୍ରେସନ୍ କରିଥିବା ଚାଷୀଙ୍କ ଧାନ କିଣିବା ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ବିସୟରେ ଉଲ୍ଲେଖ କରାଯିବା ସହିତ ଟୋକନ୍ ରେ ସମୟ ସୀମା ନିର୍ଦ୍ଧାରଣକୁ ଉଚ୍ଛେଦ କରିବା ପାଇଁ ଉଲ୍ଲେଖ ରହିଛି । ସେହିପରି ଚାଷୀଙ୍କ ଧାନ ଲୋଡିଂ, ଅନ୍ ଲୋଡିଂ,ପରିବହନ ଏବଂ ବସ୍ତାର ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରୁ୍ଥିବା ବେଳେ ଏହା ବାଟମାରଣା ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରାଯିବା ସହିତ ଏହି ଅର୍ଥ ସିଧାସଳଖ ଚାଷୀଙ୍କୁ ଯୋଗାଇଦେବା ପାଇଁ ରାଜ୍ୟ ସମ୍ପାଦକ ଭଗବାନ ପଣ୍ଡା ଦାବି କରିଛନ୍ତି ।

Leave A Reply

Your email address will not be published.