କୋଦଳା,୦୭/୦୬(ପିପିଟି); ବେଗୁନିଆପଡା ସମନ୍ୱିତ ଶିଶୁବିଭାଗ ଯୋଜନା , ବେଗୁନିଆପଡା ଶିକ୍ଷ୍ୟାବିଭାଗ ପକ୍ଷ ରୁ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ଷଣ୍ଢମୂଳ, ଗୁଡ଼ିଆଳି ଓ କୋଦଳା ର ତିନି ଅସହାୟ ପରିବାର ର ଆଠ ଜଣ ଶିଶୁଙ୍କୁ ଗୁରୁକାଲ୍ୟାଣ ପାଣ୍ଠିରୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି । ପ୍ରକାଶ ଥାଉ କି ମେ ମାସ ୧୯ ତାରିଖ ରେ ଷଣ୍ଢମୂଳର ଏକ ଦମ୍ପତି ରମେଶ ସାହୁ ଓ ମହାଲକ୍ଷ୍ମୀ ସାହୁ ପ୍ରାଣ ହରାଇ ଥିବା ବେଳେ ତାଙ୍କର ଦୁଇ ଝିଅ ବାପା ମାଙ୍କୁ ହରାଇ ବେ ସାହାରା ହୋଇଯାଇଥିଲେ, ସେହିପରି କୋଦଳା କରଣ ସାହିର ମୃତ ପଞ୍ଚାନନ ମହାପାତ୍ରଙ୍କ ଅସହାୟ ଚାରି ସନ୍ତାନ ଏବଂ ସୁଦୂର ଦୁବାଇ ରେ ପ୍ରାଣ ହରାଇ ଓଡିଶା ରେ ପହଞ୍ଚିଥିବା ଶ୍ରମିକ ମର୍ଦ୍ଦମେଖ ପଞ୍ଚାୟତ ଗୁଡ଼ିଆଳି ଗ୍ରାମର ଗୌରହରୀ ସ୍ବାଇଙ୍କ ଦୁଇ ଶିଶୁ ଅନାଥ ହୋଇଯାଇଛନ୍ତି ।ଏମାନଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଜୁଲାଇ ତିନ ତାରିଖ ରେ ବେଗୁନିଆପଡା ବ୍ଲକ ବୈଠକ ଗୃହ ଠାରେ ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତି ରେ ବେଗୁନିଆପଡା ଓ କୋଦଳା ପ୍ରଶାସନ, ଶିଶୁବିଭାଗ ପ୍ରକଳ୍ପ, ଶିଶୁ ମଙ୍ଗଳ ସମିତି, ଶିକ୍ଷ୍ୟାବିଭାଗ, ଶିଶୁ ସୁରକ୍ଷ୍ୟା କମିଟିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇ ଟାସ୍କଫୋର୍ସ କମିଟି ଗଠନ ହୋଇ ଉକ୍ତ ତିନି ପରିବାରକୁ ରେଡ଼କ୍ରସ ପାଣ୍ଠି ରୁ ୪୦୦୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆଠ ଶିଶୁଙ୍କ ଶିକ୍ଷ୍ୟାଦାନ ନିମନ୍ତେ ଗୁରୁକଲ୍ୟାଣ ପାଣ୍ଠିରୁ ଆର୍ଥିକ ସହଯୋଗ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ତିନି ପାରିବାର ର ଆଠଜଣ ଶିଶୁଙ୍କ ପାଇଁ ୪୦୦୦୦/-ଆର୍ଥିକ ରାଶୀ ଦେବା ପାଇଁ ଅନୁମୋଦନ କରିଥିଲେ! ଶିକ୍ଷ୍ୟାଅଧିକାରୀ କମଳା କାନ୍ତ ସାହୁ, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ସିଆରସିସି ଅଶ୍ୱିନୀ ପ୍ରହରାଜ, ଶିକ୍ଷକ ପ୍ରକାଶ ଚନ୍ଦ୍ର ବେହେରା, ପ୍ରମୁଖ ଉପସ୍ଥିତିରେ ମାନନୀୟ କବିସୂର୍ଯ୍ୟନଗର ବିଧାୟିକା ତିନି ପରିବାରଙ୍କ ଘରକୁ ଯାଇ ସେମାନଙ୍କୁ ଆଶ୍ୱାସନା ଦେବସହିତ ଜଣଙ୍କୁ ୫୦୦୦/-ଲେଖାଏଁ ଆର୍ଥିକ ରାଶୀ ପ୍ରଦାନ କରିଥିଲେ । ଉକ୍ତ ମହତ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଥିବା ବିଧାୟିକାଙ୍କୁ ଉକ୍ତ ପରିବାର ସହିତ ଗ୍ରାମବାସୀ କୃତଜ୍ଞତା ଜଣାଇଥିଲେ ଏବଂ ଷଣ୍ଢମୂଳ ଗ୍ରାମର ବାପା ମା ଛେଉଣ୍ଡ ଦୁଇ ଅନାଥ ଶିଶୁଙ୍କୁ ଥଇଥାନ କରାଇବା ପାଇଁ ବିଧାୟିକା, ଚାଇଲଡଲାଇନ ଓ ଶିଶୁମଙ୍ଗଳ ବିଭାଗକୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )