ଘାଇରେ ଗାଧୋଇବା ବେଳେ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ।

0 164

ବାଲିଗୁଡା,୦୭/୦୬(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ଦଣ୍ଡପଦର ଗ୍ରାମରେ ଥିବା ଗୋଇବନ୍ଧା ଘାଇରେ ଗାଧୋଇବା ବେଳେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ କେତେକ ଯୁବକ ସାଙ୍ଗହୋଇ ଭୋଜି କରିବାକୁ ଯାଇଥିଲେ । ଭୋଜି କରିବା ସମୟରେ ହିଁ ଉକ୍ତ ଘାଇକୁ ଗାଧୋଇବାକୁ ଯାଇଥିଲେ । ମୃତକ ଜଣକ ହେଲେ ପାତ୍ର ସାହିର ରବି ଚନ୍ଦ୍ର ପାତ୍ରଙ୍କ ପୁଅ ରୂପେଶ ଚନ୍ଦ୍ର ପାତ୍ର (୨୩) ବୋଲି ଜଣା ପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକକୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଥିଲେ , ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଲିଗୁଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.