ବିକଳାଙ୍ଗ ମହିଳାଙ୍କ ତଣ୍ଟି କାଟି ହତ୍ୟା; ସନ୍ଦେହରେ ସ୍ୱାମୀ ଅଟକ।

0 653

ଶେରଗଡ, ୦୫/୦୬(ପିପିଟି),ଶେରଗଡ଼ ବ୍ଲକ ଅନ୍ତର୍ଗତ ସୁନାତର ଓ ସୁବଳୟାପଲ୍ଲୀ ଶଙ୍ଖ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗାର ରେ ଜଣେ ମହିଳାଙ୍କ ମୃତ୍ୟୁ ଦେହ ପଡ଼ିଥିବା ର ଦେଖିବାକୁ ମିଳିଛି।ମହିଳାଙ୍କ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଉଛି। ମହିଳା ଜଣକ ଡେଙ୍ଗାପରର ମାର୍କଣ୍ଡ ନାଇକଙ୍କ ସ୍ତ୍ରୀ ମଞ୍ଜୁଳା ନାଇକ। ସେ ମାନସିକ ବିକୃତ ଥିବା ବେଳେ ଗତକାଲି ରାତିରେ ଏହି ଘଟଣା ଗତିଥିବା ସୂଚନା ରହିଛି। ଘଟଣା ସ୍ଥଳରେ ସେରଗଡ଼ ପୋଲିସ ଓ ସାଇଣ୍ଟିଫି ଟିମ ତଦନ୍ତ କରିବା ସହ ମୃତ ମଞ୍ଜୁଳାଙ୍କ ଶବକୁ ଜବତ କରି କରିଛି। ମଞ୍ଜୁଳାଙ୍କ ସ୍ୱାମୀ ମାର୍କଣ୍ଡ ନାୟକଙ୍କୁ ହତ୍ୟା କରିଥିବା ସନ୍ଦେହରେ ସେରଗଡ଼ ପୋଲିସ ଥାନାରେ ଅଟକ ରଖିଛି। ଘଟଣା ସ୍ଥଳରେ ଶେରଗଡ଼ ଥାନା ଅଧିକାରିଣୀ ମମତା ସାମନ୍ତରାୟ, ଆସିକା ଏସଡିପିଓ ଉମାଶଙ୍କର ସିଂ ଓ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ ମଧ୍ୟ ପହଁଚି ଥିବା ଦେଖିବାକୁ ମିଳିଛି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.